ଅଙ୍ଗନୱାଡି କେନ୍ଦ୍ରକୁ ନାହିଁ ସ୍ଥାୟୀ ରାସ୍ତା : ବିପଦରେ କୋମଳମତି ଶିଶୁ
ଧର୍ମଶାଳା,୨୬ଜୁଲାଇ(ହି.ସ.) - କୋମଳମତି ଶିଶୁଙ୍କ ଉନ୍ନତିକରଣ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ବ୍ୟୟବରାଦ କରୁଛନ୍ତି । ହେଲେ ଆନ୍ତରିକ ଇଚ୍ଛା ଶକ୍ତି ଅଭାବରୁ ଏହାର ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ରସୁଲପୁର ବ୍ଲକ ସମନ୍ୱୟ ଶିଶୁ ବି
ଅଙ୍ଗନୱାଡି କେନ୍ଦ୍ରକୁ ନାହିଁ ସ୍ଥାୟୀ ରାସ୍ତା : ବିପଦରେ କୋମଳମତି ଶିଶୁ


ଧର୍ମଶାଳା,୨୬ଜୁଲାଇ(ହି.ସ.) - କୋମଳମତି ଶିଶୁଙ୍କ ଉନ୍ନତିକରଣ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ବ୍ୟୟବରାଦ କରୁଛନ୍ତି । ହେଲେ ଆନ୍ତରିକ ଇଚ୍ଛା ଶକ୍ତି ଅଭାବରୁ ଏହାର ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ରସୁଲପୁର ବ୍ଲକ ସମନ୍ୱୟ ଶିଶୁ ବିକାଶ ଅଧିନରେ ଥିବା ବ୍ରହ୍ମବରଦା ପଂଚାୟତସ୍ଥ ଅଙ୍ଗନୱାଡି କେନ୍ଦ୍ର-୧୧ କ୍ଷେତ୍ରରେ । ଏହି ଅଙ୍ଗନୱାଡି କେନ୍ଦ୍ରରେ ୨୦ରୁ ଉର୍ଦ୍ଧ ସଂଖ୍ୟାଲଘୁ ସମ୍ପ୍ରଦାୟର କୋମଳମତି ଶିଶୁ ଦୈନଦିନ ଆସିଥାନ୍ତି । ଏହି ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଭିତି ଭୂମି ରହିଛି । ହେଲେ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନାହିଁ । ଅଙ୍ଗନୱାଡି କର୍ମୀ ,ସହକର୍ମୀ ଓ ଆସୁଥିବା କୋମଳମତି ଶିଶୁମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କେନ୍ଦ୍ରଟି ବ୍ରାହ୍ମଣୀ ନଦୀ ବନ୍ଧ କଡରେ ଅବସ୍ଥିତ । ବହୁ ଦିନ ପୂର୍ବେ ନଦୀ ବନ୍ଧର ସୁଦୃଢୀକରଣ କରାଯାଇ ଏହାର ଉପରି ଭାଗ ପ୍ରସସ୍ତ କରାଯାଇଥିଲା । ଫଳରେ ପୂର୍ବରୁ ଯେଉଁ ରାସ୍ତା ଥିଲା ତାହା ମାଟି ବାଲିରେ ପୋତି ହୋଇ ଯାଇଥିଲା । ସେହି ମାଟିବାଲି ଓ ନଦୀ ଗଡା ଦେଇ ବହୁ କଷ୍ଟରେ ଯିବାକୁ ପଡୁଛି । ଯାଜପୁର ଜିଲା ଜାରକା ଜଳ ସମ୍ପଦ ବିଭାଗ ବରୀ ଉପଖଣ୍ଡ ପକ୍ଷରୁ ନଦୀ ବନ୍ଧର ସୁଦୃଢୀକରଣ କାର୍ଯ୍ୟ ଏବେ ଚାଲିଛି । ନଦୀ ବନ୍ଧ ଚଉଡା ହେବା ଫଳରେ ଅଙ୍ଗନୱାଡି କେନ୍ଦ୍ରକୁ ଯିବା ବନ୍ଦ ହେବା ସମ୍ଭାବନା ରହିଛି । ଏହି ବନ୍ଧ ମରାମତି ସମୟରେ କେନ୍ଦ୍ରକୁ ଏକ ସ୍ଥାୟୀ ଗଡାଣି ରାସ୍ତା କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସମେତ ଆସୁଥିବା କୋମଳମତି ଶିଶୁମାନଙ୍କ ପରିବାର ଓ ସ୍ଥାନୀୟ ମୁରୁବୀ ଦାବି କରିଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଓ ଠିକାଦାର ଏହି କେନ୍ଦ୍ର ଉପରେ ନଜର ପକାଇ ତୁରନ୍ତ ରାସ୍ତା ମରାମତି କରିବା ନେଇ ଅଂଚଳବାସୀ ଆଶାବାଦୀ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande