ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ପୁରୀ, ୨୬ ଜୁଲାଇ (ହି.ସ.) - ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ବିଭାଗ ର କର୍ମଚାରୀ ମାନେ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲା ର ୧୧ ବ୍ଲକ ର ବିଡ଼ିଓ ଓ ତହସିଲଦାର ମାନେ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇ
ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ


ପୁରୀ, ୨୬ ଜୁଲାଇ (ହି.ସ.) - ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ବିଭାଗ ର କର୍ମଚାରୀ ମାନେ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲା ର ୧୧ ବ୍ଲକ ର ବିଡ଼ିଓ ଓ ତହସିଲଦାର ମାନେ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗ ସରଞ୍ଜାମ ସହ ପ୍ରସ୍ତୁତ ରହିବେ । ଜିଲ୍ଲା ମସ୍ଚ୍ୟ ଓ ଲୁଣିପାଣି ମସ୍ଚ୍ୟ ଅଧିକାରୀ ସଚେତନ କରିବେ ଯେପରି ସମୁଦ୍ର କୁ ମାଛ ଧରିବା ପାଇଁ କେହି ଯିବେ ନାହିଁ । ଜିଲ୍ଲା ଅପଦକାଳୀନ ଅଧିକାରିଣୀ ମନୀଷା ଷଢଙ୍ଗୀ ସୂଚନା ଦେଇ କହିଛନ୍ତି ଯେ ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande