ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର
ପୁରୀ, ୨୬ ଜୁଲାଇ(ହି.ସ.) – ପ୍ରବଳ ବର୍ଷା ଓ ବନ୍ୟା ର ମୁକାବିଲା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବା ମାତ୍ରେ ଅଗ୍ନିଶମ କର୍ମଚାରୀ କାମ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିପାଇଁ ଅଗ୍ନିଶମ ଗାଡି ଓ ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି। ପରିସ୍ଥିତି ମ
ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର


ପୁରୀ, ୨୬ ଜୁଲାଇ(ହି.ସ.) – ପ୍ରବଳ ବର୍ଷା ଓ ବନ୍ୟା ର ମୁକାବିଲା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବା ମାତ୍ରେ ଅଗ୍ନିଶମ କର୍ମଚାରୀ କାମ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିପାଇଁ ଅଗ୍ନିଶମ ଗାଡି ଓ ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି। ପରିସ୍ଥିତି ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲାଇଫ ଜ୍ୟାକେଟ, କଟର, ରେସକ୍‌ଯୁ ଟ୍ୱିଉ, ଦଉଡି, ବୋଟ, ପମ୍ପ ସେଟ ଆଦି ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି। ତଳିଆ ଅଂଚଳରେ ପାଣି ଜମିଲେ ଅଗ୍ନିକ ଟିମ ପହଂଚି ପମ୍ପସେଟ ଦ୍ୱାରା ପାଣି ନିଷ୍କାସନ କରିବେ। ପୁରୀ ଜିଲ୍ଲାର ସବୁ ବ୍ଲକରେ ଥିବା ଦମକଳ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande