ଭୁବନେଶ୍ୱର, 26 ଜୁଲାଇ (ହି.ସ.) ବୈତରଣୀ ଓ ଜଳକା ବେସିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ହୋଇଛି । ସୁବର୍ଣ୍ଣରେଖା ବେସିନରେ 93.99 ଏମଏମ, ଉପର ମହାନଦୀରେ 35 ଏମଏମବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର 13 ବ୍ଲକରେ 100 ଏମଏମବର୍ଷା ହୋଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ
ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ଗାଲଡ଼ିହି ଗେଟ ଖୋଲାଯାଇଛି । ଏଥିପାଇଁ
ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବ । ଆସନ୍ତାକାଲି ଦିନ 10 ରେ 11.7 ମିଟର ଦେଇ ରାଜଘାଟ ଦେଇ ପାସ କରିବ । ସବିଶେଷ ସୂଚନା
ଜଳ ସମ୍ପଦ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଦିଆଯାଇଛି । ବୁଢାବଳଙ୍ଗକୁ ବି ବିପଦ ଅଛି
। ଏଠି ବି ବନ୍ୟା ହେବ । ଜଳକା ବିପଦ ସଂକେତ ଉପରେ ଅଛି । ବନ୍ୟା ହେବ ଓ ସ୍ଥାନାନ୍ତର
ପ୍ରକ୍ରିୟା ଆରମ୍ଭ ହେବ । ବୈତରଣୀ ବେସିନ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି ।ଏଠି ବି ବନ୍ୟା
ହେଲାଣି । ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏଠି ବନ୍ୟା 40 ମିଟର ଉପରକୁ ଯିବ । ଯାହା ଚାନ୍ଦବାଲି, ଧାମନଗର ଓ ଯାଜପୁର, ଦଶରଥପୁରକୁ
ପ୍ରଭାବିତ କରିବ. ବ୍ରାହ୍ମଣୀରେ 38 ଏମଏମବର୍ଷା ହୋଇଛି । ଏହାର ରେଙ୍ଗାଲି ଡ୍ୟାମରେ 121 ଫୁଟ ପାଣି ଅଛି । ଯାହା ବିପଦ ସଂକେତ ତଳେ ଅଛି । ଏହା ପାଇଁ ଅସୁଵିଧା ନାହିଁ । ରେଙ୍ଗାଲିର ତିନୋଟି ଗେଟ
ଖୋଲା ଅଛି । ଜେନାପୁରରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ହେବ ।
ହୀରାକୁଦରେ 610 ଫୁଟ ପାଣି ଅଛି । 20 ଗେଟ ଖୋଲା ଯାଇଛି । ମହାନଦୀ ଅବବାହିକାରେ ବନ୍ୟା ନାହିଁ
। ହୀରାକୁଦକୁ 4.46 ଲକ୍ଷ କ୍ୟୁସେକପାଣି ପଶୁଛି ଓ
3.36 ଲକ୍ଷ କ୍ୟୁସେକପାଣି ନିଷ୍କାସନ ହେଉଛି । ଅବପାତ ଯୋଗୁଁ ଛତିଶଗଡରେ
ବର୍ଷା ହେବ । ଯେଉଁଥିପାଇଁ ହୀରାକୁଦରେ ପାଣି ବଢିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା