ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ଭୁବନେଶ୍ୱର ଏମସ୍ ଯାଇ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏମସ୍ ରୁ ବାହାରିବା ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ପଦ୍ମଶ୍ରୀ ସ୍ୱାଇଁଙ୍କ ସହ କଥା ହେଲି। ଏମସ୍ରେ ତାଙ୍କର ପ୍ରୋଷ୍ଟେଟ୍ କ୍ୟାନସର ଚିକିତ୍ସା ଚାଲିଛି। ତାଙ୍କୁ ୧୦୭ ବର୍ଷ ହେଲାଣି। ତାଙ୍କର ଚିକିତ୍ସା ଓ ଯତ୍ନ ପାଇଁ ସରକାର ଦାୟିତ୍ୱ ନେଇଛନ୍ତି। ଉତମ ଚିକିତ୍ସା ଲାଗି ଏମସ୍ କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏବେ କ୍ୟାନସର ମଲ୍ଟି ଅର୍ଗାନ ସମସ୍ୟା ଆଡ଼କୁ ଯାଉଛି। ତେଣୁ ତାଙ୍କୁ ପାଲିଏଟିଭ କେୟାରରେ ରଖିବାକୁ ନିଷ୍ପତି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା