ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- କାରଗିଲ ବିଜୟ ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ,
କାରଗିଲ ବିଜୟ ଦିବସ ଭାରତୀୟ ସେନାର ଅଦମ୍ୟ ସାହସ, ଶୌର୍ଯ୍ୟ, ପରାକ୍ରମ ଏବଂ ଦେଶ ପ୍ରତି
ସମର୍ପଣର ପ୍ରତୀକ ଅଟେ । ଭାରତ ମାତାର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସମସ୍ତ ଅମର ସହିଦଙ୍କୁ
କୋଟି କୋଟି ନମନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା