ବିଜେପି ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ
ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ: ମନମୋହନ ସାମଲ ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ କାରଗିଲ୍ ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠ
ବିଜେପି ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ


ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ: ମନମୋହନ ସାମଲ

ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ କାରଗିଲ୍ ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ଶହୀଦ ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ୨୬ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟଠାରେ ‘କାରଗିଲ ବିଜୟ ଦିବସ’ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆଜିର ଦିନଟି ଏକ ପ୍ରେରଣା ଓ ଦେଶ ଭକ୍ତି ଭାବନାର ଦିନ ଅଟେ। କାରଗିଲ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ସେନାନୀଙ୍କୁ ତାଙ୍କ ନିଜ ଗାଁକୁ ଆଣି ସମ୍ମାନ ଜଣାଇ ଶେଷକୃତ୍ୟ କରିବାର ନୂତନ ପରଂପରା ଆରମ୍ଭ ହୋଇଥିଲା । ଯାହାକି ଦେଶବାସୀଙ୍କ ଭିତରେ ଦେଶଭକ୍ତର ଭାବ ସୃଷ୍ଟି କରିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମେତ ସାରା ଦେଶବାସୀ ଭାରତୀୟ ସେନାଙ୍କ ମନୋବଳ ବଢାଇଥିଲେ । କାରଗିଲ ଯୁଦ୍ଧ ବିଜୟରେ ଦେଶମାତୃକାର ସେବା କରିବା ପାଇଁ ଆମ ବୀର ଯବାନ ଦେଇଥିବା ଶୈାର୍ଯ୍ୟ ଓ ବଳିଦାନକୁ କୋଟି କୋଟି ପ୍ରଣାମ ଜଣାଇ ଏହି ବିଜୟ ବର୍ତମାନ ଓ ଭବିଷ୍ୟତ ପୀଢିକୁ ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି ।

ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ କହିଛନ୍ତି ଯେ, ସୈନିକମାନଙ୍କ ପରାକାଷ୍ଠା ପାଇଁ ଆମେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ପରାସ୍ତ କରି ବିଜୟ ଲାଭ କରିଛୁ । ଆଜିର ଯୁବପିଢୀ ଦେଶମାତୃକା ପାଇଁ ନିସ୍ୱାର୍ଥପର ଭାବେ କାମ କରିବା ଦରକାର । ରାଷ୍ଟ୍ର ହେଉଛି ସର୍ବୋପରୀ । କାରଗିଲ୍ ଯୁଦ୍ଧ ସମୟରେ ଦେଶବାସୀଙ୍କ ଉତ୍ସାହ ଓ ସମର୍ଥନ ଭାରତୀୟ ସେନାର ଆତ୍ମବଳ ଦୃଢ କରିଥିଲା।

ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ଶହୀଦ ହୋଇଥିବା ସମସ୍ତ ସୈନିକଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ। ଭାରତୀୟ ସେନା ଯେଉଁ ଭଳି ଭାବେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ମୁହଁ ତୋଡ୍ ଜବାଜ ଦେବା ସହ ପାକିସ୍ଥାନକୁ ପଛକୁ ଯିବାକୁ ବାଧ୍ୟ କରିଥିଲା, ଏହା କେବଳ ଭାରତୀୟ ସୈନିକଙ୍କ ଦ୍ୱାରା ସମ୍ଭବ । ଭାରତୀୟ ସେନାର ତ୍ୟାଗ, ତପସ୍ୟା ଏବଂ ବଳିଦାନକୁ ଆମ ଦେଶ ସବୁବେଳେ ମନେ ରଖିବ । ଭାରତୀୟ ଜନତା ଯୁବମୋର୍ଚ୍ଚାର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନିଶ୍ଚିନ୍ତ ଭାବେ ଭାରତୀୟ ସୈନିକମାନଙ୍କ ମନବଳ ଦୃଢ କରିବ।

ଏହି ଅବସରରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ବିଜୟ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନାଧିକାରୀ ହାବିଲ୍‌ଦାର ସୁଶାନ୍ତ ଜେନା, ୱାରେଂଟ ଅଫିସର ଜଗବନ୍ଧୁ ସାହୁ ଯୋଗଦେଇ କାରଗିଲ୍ ଯୁଦ୍ଧ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୨୦ ଜଣ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande