ଫସଲ ବୀମା ଯୋଜନାରେ ବ୍ୟାପକ ବାଟମାରଣାର ତଦନ୍ତ ପାଇଁ କଂଗ୍ରେସର ଦାବି
ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - କେନ୍ଦ୍ର ସରକାରଙ୍କ ଅଧିନ ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଗତ ୯ ବର୍ଷ ମଧ୍ୟରେ ଫସଲ କ୍ଷତିରେ ଚାଷୀ ବୀମା ସହାୟତା ରାଶି ପାଇବା ତ ଦୂରର କଥା ସେମାନଙ୍କ ସଂଗୃହୀତ ମୋଟ ପ୍ରିମିୟମ ରାଶି ୨ଲକ୍ଷ ୩ ହଜାର ୬ଶହ କୋଟି ଟଙ୍କାରୁ ଘରୋଇ କମ୍ପାନୀମାନେ ଏହି ପ୍ରିମିୟମ ପାଣ୍ଠିର
ଫସଲ ବୀମା ଯୋଜନାରେ ବ୍ୟାପକ ବାଟମାରଣାର ତଦନ୍ତ ପାଇଁ କଂଗ୍ରେସର ଦାବି


ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - କେନ୍ଦ୍ର ସରକାରଙ୍କ ଅଧିନ ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଗତ ୯ ବର୍ଷ ମଧ୍ୟରେ ଫସଲ କ୍ଷତିରେ ଚାଷୀ ବୀମା ସହାୟତା ରାଶି ପାଇବା ତ ଦୂରର କଥା ସେମାନଙ୍କ ସଂଗୃହୀତ ମୋଟ ପ୍ରିମିୟମ ରାଶି ୨ଲକ୍ଷ ୩ ହଜାର ୬ଶହ କୋଟି ଟଙ୍କାରୁ ଘରୋଇ କମ୍ପାନୀମାନେ ଏହି ପ୍ରିମିୟମ ପାଣ୍ଠିରୁ ୧ଲକ୍ଷ ୧୦୦କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଫାଇଦା ଉଠାଇଛନ୍ତି। ସେହିପରି ଓଡ଼ିଶାରେ ଗତ ୯ ବର୍ଷ ମଧ୍ୟରେ ୫୩ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୨ ଲକ୍ଷ ଋଣି ଓ ଅଣଋଣୀ ଚାଷୀଙ୍କ ପ୍ରାୟ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରିମିୟମର ୫ ହଜାର କୋଟି ଟଙ୍କା କମ୍ପାନୀ ଓ ସରକାରର ସଲାସତାରେ ଫାଇଦା ଉଠାଯାଇଛି। ପୂର୍ବରୁ ସରକାରଙ୍କ କତୃତାଧିନ ବୀମା କମ୍ପାନୀ ଚାଷୀଙ୍କୁ ପ୍ରକୃତ କ୍ଷତିପୂରଣ ଦେଉଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେବାଠାରୁ ଚାଷୀ ଲାଭବାନ ହେବା ପରିବର୍ତେ ସରକାର ଓ ଘରୋଇ କମ୍ପାନୀମାନେ ଲାଭଖୋର ପାଲଟିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କିଷାନ କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଚଳିତବର୍ଷ ବୀମା ପଞ୍ଜିକରଣ ପାଇଁ ଜୁଲାଇ ୩୧ ତାରିଖ ଯେଉଁ ସମୟସୀମା ରଖାଯାଇଛି ତୁରନ୍ତ ଏହାର ପରିବର୍ତନ କରି ବୀମା ପଞ୍ଜିକରଣ ଅବଧି ଜୁଲାଇ ୩୧ ପରିବର୍ତେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା, ଗ୍ରାମ ପଂଚାୟତ ପରିବର୍ତେ ପ୍ରତି ରାଜସ୍ୱଗ୍ରାମକୁ ଏକକ ଫସଲବୀମା ୟୁନିଟ ଭାବେ ଘୋଷଣା ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସମ୍ବଦ୍ଧୀୟ ଅଭିଯୋଗର ସମାଧାନ ପାଇଁ ସର୍ତାବଳୀରେ ସୂତନ୍ତ୍ର ନିୟମ ଉଲ୍ଲେଖ କରିବାକୁ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande