ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତି ନିଆଯିବ- ଲକ୍ଷ୍ମଣ ବାଗ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହେବ ତାହା ତାଙ୍କୁ ଜ
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତି ନିଆଯିବ- ଲକ୍ଷ୍ମଣ ବାଗ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ନେତୃତ୍ୱ

ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହେବ ତାହା ତାଙ୍କୁ ଜଣା ଅଛି।

ସରକାର ମଧ୍ୟ ଅବଗତ ଅଛନ୍ତି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତି ନିଆଯିବ। ସେ

ନିଷ୍ପତିକୁ ସମସ୍ତେ ଗ୍ରହଣ କରିବେ। ମୋ ନାଁ ଚର୍ଚ୍ଚା ହେଉଥାଇ ପାରେ ହେଲେ ମୁଁ ସେଭଳି କିଛି

ଜାଣିନି। ସେ ଆଶା ମୋର ନୁହେଁ ଆଶା କଣ୍ଟାବାଞ୍ଜି ବାସୀଙ୍କର। ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ ସେ

କିଭଳି ଚଳାଇବେ। ବିଧାୟକ ଭାବେ ଯେଉଁ କାର୍ଯ୍ୟ କରିବା କଥା ଆମେ କାର୍ଯ୍ୟ କରି ଚଳିଛୁ ।

ପୂର୍ବରୁ ସଭାପତି ମୋତେ ରିପୋର୍ଟ୍ କାର୍ଡ ମାଗିଥିଲେ। ମୁଁ ସଭାପତିଙ୍କୁ ରିପୋର୍ଟ କାର୍ଡ ଦେଇଛି

ବୋଲି ବିଜେପି ବିଧାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande