ଭୁବନେଶ୍ୱର, 26 ଜୁଲାଇ (ହି.ସ.)
- କାରଗିଲ ବିଜୟ ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, କାରଗିଲର ଶିଖରରେ
ବିଜୟ ଅର୍ଜନ କରିବା ପାଇଁ ଅପୂର୍ବ ସାହସ ଓ ବୀରତା ସହିତ ଯୁଦ୍ଧ କରିଥିବା ସମସ୍ତ ବୀର ଯବାନଙ୍କୁ
ଶ୍ରଦ୍ଧାଞ୍ଜଳି।
କାରଗିଲ୍ ବିଜୟ ଦିବସ ଅବସରରେ ଆମେ ସମସ୍ତେ ଏକାଠି ହୋଇ ସେହି ସମସ୍ତ
ସହିଦଙ୍କୁ ଶ୍ରଦ୍ଧା ସମର୍ପଣ କରୁଛୁ, ଯେଉଁମାନେ ମାତୃଭୂମିର ସୁରକ୍ଷା ପାଇଁ ଅଦ୍ୱିତୀୟ ସାହସ ଓ ଅତୁଟ
ସଂକଳ୍ପ ସହିତ ଯୁଦ୍ଧ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା