ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ବଡଚଣା ପୋଲିସର ତଦନ୍ତ ଜାରି
ଧର୍ମଶାଳା,୨୬ଜୁଲାଇ(ହି.ସ.) - ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକ ନିଟରେ ଥିବା ହୋଟେଲ ମିଡ୍ ଇଷ୍ଟ ରୁମରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲା ବାଳକାଟି ଅଂଚଳର ଆଲିପ ସାହୁ (୩୭) ବୋଲି ଜଣାପଡିଛି । ଏନେଇ ବଡଚଣା ପୋଲିସ
ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ବଡଚଣା ପୋଲିସର ତଦନ୍ତ ଜାରି


ଧର୍ମଶାଳା,୨୬ଜୁଲାଇ(ହି.ସ.) - ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକ ନିଟରେ ଥିବା ହୋଟେଲ ମିଡ୍ ଇଷ୍ଟ ରୁମରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲା ବାଳକାଟି ଅଂଚଳର ଆଲିପ ସାହୁ (୩୭) ବୋଲି ଜଣାପଡିଛି । ଏନେଇ ବଡଚଣା ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ମୁତାବକ,ଖୋର୍ଦ୍ଧା ଜିଲା ବାଳକାଟି ଅଂଚଳର ୩୭ ବର୍ଷିୟ ଯୁବକ ଆଲିପ ୨୦ ଦିନ ହେବ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକ ନିକଟରେ ଥିବା ହୋଟେଲ ମିଡ୍ ଇଷ୍ଟର ୧୦୧ରୁମ୍ ରହି ଆସୁଥିଲେ । ତେବେ ଶୁକବାର ରାତିରେ ହୋଟେଲ କର୍ମଚାରୀ ଉକ୍ତ ରୁମ୍‌କୁ ଯାଇଥିଲେ । କବାଟ ନ ଖୋଲିବାରୁ କର୍ମଚାରୀ ଫେରି ଆସିଥିଲେ । ତେବେ ଆଜି କବାଟ ନ ଖୋଲିବାରୁ ବଡଚଣା ଥାନାକୁ ଖବର ଦିଆଯାଇଥିଲା । ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ସଦଳବଳେ ହୋଟେଲରେ ପଂହଚି କବାଟ ଭାଙ୍ଗି ଦେଇଥିଲେ । ଏକ ବେଡ ସିଟ୍‌ରେ ସେ ବେକରେ ଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଫ୍ୟାନରୁ ମୃତ ଦେହକୁ ତଳକୁ ଓହ୍ଲା ଯାଇଥିଲା । ଘଟଣାସ୍ଥଳରେ ସାଇଁଟିଫିକ୍ ଟିମ୍ ଓ ଦର୍ପଣ ଅତିରିକ୍ତ ତହସିଲଦାର ପଂହଚି ତଦନ୍ତ ଚଳାଇଥିଲେ । ମୃତ ଦେହକୁ ପୋଲିସ ଜବତ କରି ଏକ ଅପମୃତ ମାମଲା କେସ୍ ନଂ ୧୬ା୨୦୨୫ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଦେଇଥିବା ବେଳେ ହୋଟେଲର ୨ ଜଣ କର୍ମଚାରୀଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରାଉଚୁରା କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande