ରାଜ୍ୟରେ ଆହୁରି ୨୪ ଘଣ୍ଟା ହେବ ପ୍ରବଳ ବର୍ଷା
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଉତ୍ତର ଛତିଶଗଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅବପାତ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ହେବ ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ସୁନ୍ଦ
ରାଜ୍ୟରେ ଆହୁରି ୨୪ ଘଣ୍ଟା ହେବ ପ୍ରବଳ ବର୍ଷା


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଉତ୍ତର ଛତିଶଗଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅବପାତ

ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ହେବ ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ

ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ସୁନ୍ଦରଗଡରେ

ଅତି ପ୍ରବଳ ବର୍ଷା ସହ ପଶ୍ଚିମ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା । ଉପକୂଳରେ ହାଲୁକାରୁ

ମଧ୍ୟମ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଯିବାକୁ ବାରଣ

କରାଯାଇଛି । ମହାନଦୀ ଓ ବ୍ରାହ୍ମଣୀ ଉପର ମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ । ଆସନ୍ତାକାଲିଠାରୁ

୩୦ ଯାଏଁ ବର୍ଷା କମିବ। ବଡ ବର୍ଷା ନେଇ ଆଲର୍ଟ ନାହିଁ । ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜର

ମୋରଡାରେ ୧୮୨ ମିମି ବର୍ଷା ହୋଇଛି । ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୧୬ ଜିଲ୍ଲାରେ ପ୍ରବଳ

ବର୍ଷା ରେକର୍ଡ ହୋଇଛି । ମୌସୁମୀ ଋତୁରେ ୧୯%ଅଧିକ ବର୍ଷା ରେକର୍ଡ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande