ଡେପୁଟି ରେଂଜର ରାମଚନ୍ଦ୍ର ନେପାକ ଗିରଫ
ଭୁବନେଶ୍ୱର, 26 ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ଡିଭିଜନ ଅଧୀନ ଜୟପୁର ଫରେଷ୍ଟ ରେଂଜର ଡେପୁଟି ରେଂଜର ଶ୍ରୀ ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ
ଡେପୁଟି ରେଂଜର ରାମଚନ୍ଦ୍ର ନେପାକ ଗିରଫ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)

- କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ଡିଭିଜନ ଅଧୀନ ଜୟପୁର

ଫରେଷ୍ଟ ରେଂଜର ଡେପୁଟି ରେଂଜର ଶ୍ରୀ ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ

ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ

ଜୟପୁର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରାଯିବ ।

କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ମାମଲା

ରୁଜୁ କରାଯାଇଛି । ଗତକାଲି ଚଢାଉ ବେଳେ ତାଙ୍କ ଘରୁ 1.43 କୋଟିର ନଗଦ ଟଙ୍କା ଜବତ ହୋଇଥିବା

ବେଳେ ଗୋଟିଏ ବହୁମହଲା ବିଲ୍ଡିଂ, 3ଟି ଫ୍ଲାଟ, 2ଟି ଉଚ୍ଚ ଦାମର ପ୍ଲଟ, 1.33 କୋଟିର

ଜମାରାଶି, 1.504 କିଲୋ ସୁନାଗହଣା, 4.637 କିଲୋର ରୂପା, 2ଟି ଚାରିଚକିଆ ଯାନ ମିଳିଥିଲା,

ଯାହାର ସେ ସନ୍ତୋଷଜନକ ଉତର ଦେଇପାରିନଥିଲେ ।

ଗତକାଲି ଜୟପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ପକ୍ଷରୁ ଜାରି

ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ କରାଯାଇଥିଲା । ଏହି ଚଢାଉରେ ୬ଜଣ ଡିଏସପି, ୫ ଇନସପେକ୍ଟର, ୯ ଏଏସଆଇ ଓ ଅନ୍ୟ

ଷ୍ଟାଫ ସାମିଲ ହୋଇଥିଲେ । ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢାଉ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande