ଭୁବନେଶ୍ୱର, 28 ଜୁଲାଇ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ବଙ୍ଗରେ କାର୍ଯ୍ୟରତ ବିଏସଏଫ ଜବାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପଶ୍ଚିମବଙ୍ଗର ସିଲିଗୁଡ଼ିରେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲାର ବିଏସଏଫ ଏଏସଆଇ ବିଜୟ ପ୍ରଧାନଙ୍କ ପରଲୋକ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସେବା, ତ୍ୟାଗ ଓ ରାଷ୍ଟ୍ରପ୍ରେମ ସର୍ବଦା ଆମକୁ ପ୍ରେରଣା ଦେଉଥିବ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ