ଗଗମକମ, 28 ଜୁଲାଇ (ହି.ସ.)
ଚଳିତ ଖରିଫ ଧାନ ସଂଗ୍ରହ ପଞ୍ଜିକରଣରେ ସରକାର ଙ୍କପକ୍ଷରୁ ଅଯଥାରେ ରାଜନୈତିକକରଣ କରାଯାଇଥିବାରୁ ଗଞ୍ଜାମ ଚାଷୀଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ପ୍ରକୃତ ଚାଷୀଙ୍କୁ ବାଦ ଦେଇ ଚାଷୀ ପଞ୍ଜିକରଣ ସଂଖ୍ୟା କମାଇବା ପାଇଁ ସରକାର ଚଳିତ ବର୍ଷ ନୂଆଁ ନିୟମ କରିଛନ୍ତି ଵୋଲି ଚାଷୀମାନେ ଦାବି କରିଛନ୍ତି। ପଞ୍ଜୀକରଣ ଵେଳେ ଚାଷୀ ଜମି ପଟା ନକଲ, ଆଧାର କାର୍ଡ କପି, ଚାଷୀ ଚାଷ କରିଥିବା ଜମିର ପରିମାଣ ଓ ତାର ଖଜଣା ରସିଦ (ସ୍ଥାନୀୟ ଆର୍ ଆଇ ଙ୍କଦ୍ୱ।ରା ପ୍ରଦତ୍ତ) ପଞ୍ଜୀକରଣ ପାଇଁ ଯଥେଷ୍ଟ। ଏଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଘଟଣା ତଦନ୍ତ କରି ଚାଷୀ ପଞ୍ଜିକରଣ ସରଳ କରିବାକୁ କୃଷକନେତା ଭୀମ ସେନ ସ୍ୱାଇଁ ଓ ପଞ୍ଚାନନ ସ୍ୱାଇଁ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ