ସୁକମା, ୨୯ ଜୁଲାଇ(ହି.ସ.) – ଛତିଶଗଡ଼ର ସୁକମା ଜିଲ୍ଲାର କେରଲାପାଳ ଥାନା ଅଂଚଳର ଗୋଗୁଂଡାର ପାହାଡ଼ରେ ପୋଲିସ୍ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଚାଲୁ ରହିଥିବା ସଂଘର୍ଷରେ ଜଣେ ନକ୍ସଲବାଦୀର ମୃତ୍ୟୁର ସୂଚନା ମିଳିଛି। ତେବେ ଏହାର ଏବେ ଆଧିକାରୀକ ସ୍ପଷ୍ଟତା ହେବା ବାକି ରହିଥିବାବେଳେ ଏହି ଅପରେସନ ପାଇଁ ବାହାରିଥିବା ଦୁଇ ଯବାନ ମଙ୍ଗଳବାର ଦିନ ଆଇଇଡି ବ୍ଲାଷ୍ଟ ମଧ୍ୟରେ ଆସିବାର ଆହତ ହୋଇଛନ୍ତି। ଡିଆରଜିର ଆହତ ଯବାନ ମାଡବୀ ମୁକେଶ, ବାରସେ ରାମାଙ୍କୁ ସୁକମା ଜିଲ୍ଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ସୁକମା ପୋଲିସ୍ ଲାଇନ୍ରୁ ଏୟାରଲିପ୍ଟ କରି ରାୟପୁର ପଠାଯାଇଛି। ସୁକ୍ମାର ଜିଲ୍ଲା ହସ୍ପିଟାଲରେ ପଦସ୍ଥ ଡା. ଶୁଭମ କୁଜୁର କହିଛନ୍ତି ଯେ ଆହତ ଯବାନଙ୍କ ଜିଲ୍ଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ରେଫର କରିଦିଆଯାଇଛି। ଜଣେ ଯବାନଙ୍କ ଆଖିରେ ଏବଂ ଅନ୍ୟ ଜଣଙ୍କ ଗୋଡ଼ରେ ଆଘାତ ଆସିଛି। ଦୁଇ ଯବାନ ବିପଦ ବାହାରେ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି