ରାୟପୁର, ୨୯ ଜୁଲାଇ(ହି.ସ.) – ମାନବ ଚାଲାଣ ଏବଂ ଧର୍ମାନ୍ତରଣ ଅଭିଯୋଗରେ ଦୁର୍ଗ ଜିଆର୍ପିର ଦୁଇ ନନଙ୍କ ଗିରଫକୁ ନେଇ କଂଗ୍ରେସ ସାଂସଦ ଏହାକୁ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ୱତନ୍ତ୍ରତାର ଅଧିକାର ଉପରେ ଆକ୍ରମଣ କରିଛି। ଏହାକୁ ନେଇ ଇଣ୍ଡି ମେଂଟର ସାଂସଦ ଆଜି ନନ ମାନଙ୍କୁ ଦୁର୍ଗ ଜିଲ୍ଲାରେ ସାକ୍ଷାତ କରିବାକୁ ପହଂଚିଛନ୍ତି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ମାନବ ଚାଲାଣ କରି ମତାନ୍ତରଣ କରିବାକୁ ଚେଷ୍ଟା କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଆଜି ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ନାରାୟଣପୁରର ତିନି ମହିଳାଙ୍କୁ ନର୍ସିଂ ଟ୍ରେନିଂ ଦେବା ଏବଂ ଏହାପରେ ଜବ୍ ଦେବାକୁ କଥାଦେଇଥିଲେ। ନାରାୟଣପୁରର ଏକ ବ୍ୟକ୍ତି ଦ୍ୱାରା ତାଙ୍କୁ ଦୁର୍ଗ ଷ୍ଟେସନରେ ଦୁଇ ନନଙ୍କୁ ସେମାନଙ୍କୁ ଜିମା ଦେଇଥିଲେ । ଏହା ପରେ ସେହି ମହିଳାମାନଙ୍କୁ ଆଗ୍ରା ନିଆଯାଉଥିଲା। ସେମାନେ କହିଛନ୍ତି ଯେ ଏଥିରେ ପ୍ରଲୋଭନ ମାଧ୍ୟମରେ ମାନବ ଚାଲାଣ କରି ମତାନ୍ତରଣ କରାଯିବାକୁ ଚେଷ୍ଟା କରାଯାଉଥିଲା। ଏହି ମହିଳାମାନଙ୍କୁ ସୁରକ୍ଷା ସହିତ ସମ୍ବନ୍ଧିତ ଗମ୍ଭୀର ମାମଲା ଅଟେ। ଏହି ମାମଲାରେ ଏବେ ଯାଂଚ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି