ଗୋଆ ସିପୟାର୍ଡ଼ରେ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ପଂଚମ ଦ୍ରୁତ ପେଟ୍ରୋଲ ଜାହାଜ ଅଟଳ ଉନ୍ମୋଚନ ହୋଇଛି
ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.) - ଗୋଆ ସିପୟାର୍ଡ଼ ଲିମିଟେଡ଼ (ଜିଏସଏଲ) ରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପାଇଁ ନିର୍ମିତ ଆଠଟି ଦ୍ରୁତ ପେଟ୍ରୋଲ ଜାହାଜ ମଧ୍ୟରୁ ପଂଚମଟି ମଙ୍ଗଳବାର ଦିନ ଲଂଚ ହୋଇଛି । ଆଇସିଜିର ପ୍ରମୁଖ ଆର୍ଥିକ ପରାମର୍ଶଦାତାଙ୍କ ପତ୍ନୀ ଶିଳ୍ପା ଅଗ୍ରୱାଲ ଅଥର୍ବବେଦରୁ ମନ୍ତ୍ର ଉଚ୍
ଗୋଆ ସିପୟାର୍ଡ଼ରେ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ପଂଚମ ଦ୍ରୁତ ପେଟ୍ରୋଲ ଜାହାଜ ଅଟଳ ଉନ୍ମୋଚନ ହୋଇଛି


ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.) - ଗୋଆ ସିପୟାର୍ଡ଼ ଲିମିଟେଡ଼ (ଜିଏସଏଲ) ରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପାଇଁ ନିର୍ମିତ ଆଠଟି ଦ୍ରୁତ ପେଟ୍ରୋଲ ଜାହାଜ ମଧ୍ୟରୁ ପଂଚମଟି ମଙ୍ଗଳବାର ଦିନ ଲଂଚ ହୋଇଛି । ଆଇସିଜିର ପ୍ରମୁଖ ଆର୍ଥିକ ପରାମର୍ଶଦାତାଙ୍କ ପତ୍ନୀ ଶିଳ୍ପା ଅଗ୍ରୱାଲ ଅଥର୍ବବେଦରୁ ମନ୍ତ୍ର ଉଚ୍ଚାରଣ ସହିତ ଏହି ଜାହାଜକୁ ଲଂଚ କରିଛନ୍ତି । ଏହି ଜାହାଜଟି ଦ୍ୱିପାଂଚଳରେ ବିଶେଷ କରି ଅର୍ଥନୈତିକ କ୍ଷେତ୍ରରେ ଏବଂ ଉପକୂଳ ପେଟ୍ରୋଲିଂରେ ମତ୍ସ୍ୟଜୀବି ସୁରକ୍ଷା ଏବଂ ପର୍ଯ୍ୟବେକ୍ଷଣ କରିବ । ଏହି ଜାହାଜଟି ଚୋରା ଚାଲାଣ ବିରୋଧି, ଦଳଦସ୍ୟୁ ବିରୋଧି ଏବଂ ଉଦ୍ଧାରକାରୀ ଅଭିଯାନ କରିପାରିବ ।

ଆଇସିଜି କମାଣ୍ଡାଂଟ ଅମିତ ୟୁନିୟାଲ କହିଛନ୍ତି ଯେ, ଭାରତୀୟ ତଟରକ୍ଷୀ ବାହିନୀର ଦିଲ୍ଲୀ ମୁଖ୍ୟାଳୟରେ ନିଯୁକ୍ତ ପ୍ରମୁଖ ଆର୍ଥିକ ପରାମର୍ଶଦାତା ରୋଜି ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଏବଂ ପରମ୍ପରା ଅନୁଯାୟୀ ତାଙ୍କ ପତ୍ନୀ ଶିଳ୍ପା ଅଗ୍ରୱାଲ ଦ୍ରୁତ ପେଟ୍ରୋଲ ଜାହାଜ ଅଟଳର ଶୁଭାରମ୍ଭ କରିଥିଲେ । ଏକ ଅଗ୍ରଣୀ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ (ଡିପିଏସୟୁ) ଜିଏସଏଲ, ଆଇସିଜି ପାଇଁ ଏହି ସରିଜର ଆଠଟି ଜାହାଜ ନିର୍ମାଣ କରୁଛି । ଆଜି ଲଂଚ ହୋଇଥିବା ଜାହାଜ ହେଉଛି ଏଥିମଧ୍ୟରୁ ପଂଚମ । ଆଇଜି ସୁଧିର ସାହନି, ଟିଏମ, ଡିଡିଜି (ଏମ ଆଣ୍ଡ ଏମ) ଏବଂ ଆଇସିଜର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande