ନୂଆଦିଲ୍ଲୀ, 30 ଜୁଲାଇ (ହି.ସ.)
- ଚଳିତ ବର୍ଷର
ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ଅନୁମୋଦନ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇରୁ ବୃଦ୍ଧି କରି
୧୫ ଅଗଷ୍ଟ ୨୦୨୫ କରାଯାଇଛି। ଗୃହ ମନ୍ତ୍ରାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ଅନୁମୋଦନ କେବଳ ରାଷ୍ଟ୍ରୀୟ
ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ ଦ୍ୱାରା ଗ୍ରହଣ କରାଯିବ। ଗଣତନ୍ତ୍ର ଦିବସ ୨୦୨୬
ଅବସରରେ ଘୋଷଣା ହେବାକୁଥିବା ପଦ୍ମ ପୁରସ୍କାର–୨୦୨୬ ପାଇଁ ଏହି ବର୍ଷର ନାମାଙ୍କନ ପ୍ରକ୍ରିୟା ୧୫ ମାର୍ଚ୍ଚରୁ ଆରମ୍ଭ
ହୋଇଥିଲା,
ଯାହା ପ୍ରଥମେ ୩୧ ଜୁଲାଇରେ ସମ୍ମାପ୍ତ ହେବାର ଥିଲା।
ପଦ୍ମ ପୁରସ୍କାରଗୁଡ଼ିକ – ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ – ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ଅନ୍ତର୍ଗତ। ୧୯୫୪ରେ
ସ୍ଥାପିତ ଏହି ପୁରସ୍କାରଗୁଡ଼ିକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଘୋଷଣା କରାଯାଏ। ଏହି
ପୁରସ୍କାରଗୁଡ଼ିକ ‘ଉତ୍କୃଷ୍ଟ କାର୍ଯ୍ୟ’ ପାଇଁ ଦିଆଯାଏ। କଳା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ଚିକିତ୍ସା, ସମାଜସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ଲୋକସେବା, ସିଭିଲ୍ ସେବା, ବ୍ୟବସାୟ ଓ ଶିଳ୍ପ ଭଳି ସମସ୍ତ କ୍ଷେତ୍ରରେ ଅସାଧାରଣ
କାର୍ଯ୍ୟଦକ୍ଷତା/ସେବା ପାଇଁ ଏହି ପୁରସ୍କାର ଦିଆଯାଏ। ଜାତି, ପେଶା, ପଦବୀ ବା ଲିଙ୍ଗ ଭେଦ ଛାଡି ସମସ୍ତେ ଏହି ପୁରସ୍କାର ପାଇଁ ଯୋଗ୍ୟ।
ଚିକିତ୍ସକ ଓ ବୈଜ୍ଞାନିକ ଛାଡି ବାକି ସରକାରୀ କର୍ମଚାରୀମାନେ, ଯେଉଁମାନେ ସାର୍ବଜନୀନ କ୍ଷେତ୍ରର କମର୍ଚାରୀ ମଧ୍ୟ ସାମିଲ ଅଛନ୍ତି, ସେମାନେ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା