ଅପରେସନ ସିନ୍ଦୂରର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ପଠାଇଲେ ବାରଣାସୀ ମୁସଲିମ ମହିଳା
ବାରଣାସୀ, 30 ଜୁଲାଇ (ହି.ସ.)- ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲାରେ ଅପରେସନ ସିନ୍ଦୂରର ସଫଳତା ପରେ ମୁସଲିମ ମହିଳାମାନେ ଖୁସି ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଖି ପଠାଇଛନ୍ତି। ଏହି ମୁସଲିମ ମହିଳାମାନେ ଅପରେସନ ସିନ୍ଦୂରର ଲୋଗୋ ସହ ରାଖିଗୁଡ଼ିକୁ ସ
ଅପରେସନ ସିନ୍ଦୂରର     ସଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ପଠାଇଲେ ବାରଣାସୀ ମୁସଲିମ ମହିଳା


ବାରଣାସୀ, 30 ଜୁଲାଇ (ହି.ସ.)- ଉତ୍ତର ପ୍ରଦେଶର

ବାରାଣସୀ ଜିଲ୍ଲାରେ ଅପରେସନ ସିନ୍ଦୂରର ସଫଳତା ପରେ ମୁସଲିମ ମହିଳାମାନେ ଖୁସି

ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଖି ପଠାଇଛନ୍ତି। ଏହି ମୁସଲିମ ମହିଳାମାନେ

ଅପରେସନ ସିନ୍ଦୂରର ଲୋଗୋ ସହ ରାଖିଗୁଡ଼ିକୁ ସଜାଇ ନିଜ ହାତରେ ବନାଇଛନ୍ତି। ରାଖି

ପଠାଇ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧୀମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି – ସେମାନେ ମୋଦିଙ୍କ ସହ ସଂପର୍କରେ ବାନ୍ଧି ହୋଇଛନ୍ତି ।

ବୁଧବାର ଦିନ ମୁସଲିମ

ମହିଳା ଫାଉଣ୍ଡେସନ ଏବଂ ବିଶାଳ ଭାରତ ସଂସ୍ଥାନର ସଂଯୁକ୍ତ ଉଦ୍ୟୋଗରେ ବାରାଣସୀର ଲମହି ଅଞ୍ଚଳରେ

ଥିବା ସୁଭାଷ ଭବନରେ ମୁସଲିମ ମହିଳାମାନେ ଏକତ୍ରିତ ହୋଇ ଢୋଲକର ଥାପ ଉପରେ ପ୍ରଧାନମନ୍ତ୍ରୀ ପାଇଁ

ଗୀତ ଗାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande