ପୁରୀ, ୪ ଜୁଲାଇ (ହି.ସ.)- ପୁଲିସ ଡି.ଜି. ଯୋଗେଶ ବାହାଦୂର ଖୁରାନିଆ ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଂଚି ଭକ୍ତଙ୍କ ଶୃଙ୍ଖଳିତ ଆଡ଼ପ ଦର୍ଶନର ତଦାରଖ କରିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆଇନଶୃଙ୍ଖଳା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହିତ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ସଂନ୍ଧ୍ୟା ଦର୍ଶନ କରିପାରିବେ । ଏହାପରେ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହେବ । ଏନେଇ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ