ଚିତ୍ରକୋଣ୍ଡା ବ୍ଲକରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ
ମାଲକାନଗିରି, ୫ ଜୁଲାଇ (ହି.ସ.)- ଚିତ୍ରକୋଣ୍ଡା ବ୍ଲକ୍ ଠାରେ ଗତକାଲି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରାଯାଇଛି । ନବରଙ୍ଗପୁର ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିତ୍ରକୋଣ୍ଡା ବ୍ଲକ ଏବଂ ଟନେଲ କ୍ୟାମ୍ପ ଠାରେ ଏକ ବହୁମୁଖୀ ଉତ୍କର୍ଷ କେନ୍ଦ୍ର ଉଦଘାଟନ କରିଛନ୍ତି।
ଚିତ୍ରକୋଣ୍ଡାରେ ବ୍ଲକରେ ସାଂସଦ ଙ୍କ ଦ୍ୱାରା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ଉଦଘାଟନ


ଚିତ୍ରକୋଣ୍ଡାରେ ବ୍ଲକରେ ସାଂସଦ ଙ୍କ ଦ୍ୱାରା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ଉଦଘାଟନ


ଚିତ୍ରକୋଣ୍ଡାରେ ବ୍ଲକରେ ସାଂସଦ ଙ୍କ ଦ୍ୱାରା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ଉଦଘାଟନ


ମାଲକାନଗିରି, ୫ ଜୁଲାଇ (ହି.ସ.)-

ଚିତ୍ରକୋଣ୍ଡା ବ୍ଲକ୍ ଠାରେ ଗତକାଲି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରାଯାଇଛି । ନବରଙ୍ଗପୁର ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିତ୍ରକୋଣ୍ଡା ବ୍ଲକ ଏବଂ ଟନେଲ କ୍ୟାମ୍ପ ଠାରେ ଏକ ବହୁମୁଖୀ ଉତ୍କର୍ଷ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର , ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାର ଓ ତହସିଲଦାର ନଟବର ଗରଡ଼ା ଉପସ୍ଥିତ ଥିଲେ।

ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ନିର୍ମିତ ଏହି ଉତ୍କର୍ଷ କେଦ୍ରରେ ହଳଦୀ ଓ ତେନ୍ତୁଳି ପ୍ରୋସେସିଙ୍ଗ ୟୁନିଟ୍ କରାଯାଇଛି । ଚିତ୍ରକୋଣ୍ଡା ଅଞ୍ଚଳ ପଣସ ଉତ୍ପାଦନ ପାଇଁ ସୁନାମ ଅର୍ଜନ କରିଛି। ଏହି ଅଞ୍ଚଳର ଉତ୍ପାଦକୁ ବଜାର ଯୋଗ୍ୟ କରିବା ପାଇଁ ପଣସ ଚିପ୍ସ ତିଆରି ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ଉତ୍ପାଦକୁ ଉପଯୁକ୍ତ ବଜାର ଯୋଗାଇ ଦେଇ ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଛି ଏହି ବହୁମୁଖି ଉତ୍କର୍ଷ କେନ୍ଦ୍ର। ସେହିପରି ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ମେଳା ଆୟୋଜନ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକର ପାପଲୁର ଓ ବାଲିମେଳା ଆରଆଇ ସର୍କଲ ର ସର୍ବମୋଟ ୧୦୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଜନଜାତିଙ୍କ ଜୀବନ ଜୀବିକାର ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା। ଏହି ସଂସ୍ଥା ଦ୍ଵାରା ପାପରମେଟଲା ଗ୍ରାମ ପଞ୍ଚାୟତର ଜନ୍ତାପାଇରେ ୧୨ ଏକର ଓ ଲାଉଗୁଡ଼ା ଗ୍ରାମରେ ୧୩ ଏକର ଜମିରେ ଡ୍ରାଗନ ଫଳ ଚାଷ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ସାଂସଦ ଶ୍ରୀ ମାଝୀ। ସେହିପରି ଚିତ୍ରକୋଣ୍ଡା ସରକାରୀ ବାଳିକା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଭର୍ଚୁଆଲ ରିଆଲିଟି ଲ୍ୟାବ୍ ଓ ଆଷ୍ଟ୍ରୋ ଲ୍ୟାବ୍ ମଧ୍ଯ ଉଦଘାଟନ କରାଯାଇଛି ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧିକାରୀ ଓ ଚିତ୍ରକୋଣ୍ଡା ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande