ଭୁବନେଶ୍ୱର, 5 ଜୁଲାଇ (ହି.ସ.)
- ପରିବେଶକୁ
ସୁରକ୍ଷିତ ରଖି ପୁରୀରେ ବିମାନ ବନ୍ଦର କରାଯାଉ ବୋଲି ଦାବି କରିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର
ମିଶ୍ର । ସେ କହିଛନ୍ତି ଯେ, ପୁରୀରେ ବିମାନବନ୍ଦର ପ୍ରସଙ୍ଗରେ ବିଜେଡି ବିଧାୟକ କ୍ୟାପଟେନ
ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଅନେକ ଅନ୍ତର୍ଜାତୀୟ
ବିମାନବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ହୋଇଛି । ଆମ ପରିବେଶ କେମିତି
ସୁରକ୍ଷିତ ରହିବ ସେ ନେଇ ଆମେ ଚିନ୍ତିତ ଏବଂ ଚିନ୍ତା କରିବାର ଆବଶ୍ୟକତା ମଧ୍ୟ ରହିଛି । ବିମାନ
ବନ୍ଦର ନିର୍ମାଣ ହେବ, ଏବଂ ସେ
ବିମାନ ଗୁଡିକ ଆମର ଜୈବ ବିବିଧତା, ଅଲିଭ ରିଡିଲେ ଏବଂ ସମୁଦ୍ର
ଜୀବଜନ୍ତୁଙ୍କୁ କ୍ଷତି ନ କରିବ ସେଥିପ୍ରତି ଆମେ ଯତ୍ନବାନ ହେବା । କେନ୍ଦ୍ର ସରକାର କଣ ସବୁ ଦିନ
ଥିବ । ସବୁ ସରକାର କଣ ସବୁଦିନ ଥାଏ । କେନ୍ଦ୍ର ଯଦି ପୁରୀରେ ବିମାନବନ୍ଦର ନ କରିବ ଜଗନ୍ନାଥ
ସଂସ୍କୃତିକୁ ଉନ୍ନତି ନ କରିବ, ଯେଉଁ ସରକାର ଏହାକୁ ଗ୍ରହଣ କରିବେନି,
ସେ ସରକାରର ପତନ ହେବ ।
ଦିବ୍ୟଶଙ୍କର କହିଛନ୍ତି ଆମ
ଜଗନ୍ନାଥ ସଂସ୍କୃତିକୁ ବ୍ୟାପକ କରିବାକୁ ପଡ଼ିବ । କଳା ସଂକୃତିରେ ହିଁ ମାନବ ସଭ୍ୟତାର ବିକାଶ
ହୋଇଥାଏ । ପୁରୀରେ ବିମାନବନ୍ଦର ହେବା ଅତ୍ୟନ୍ତ ଜରୁରୀ । କଳାହାଣ୍ଡିରେ ଉତ୍କେଲା ଏୟାରପୋର୍ଟ ହେବା
ପରେ ଗୋଟେ ଅଂଚଳର ପରିଭାଷା ବଦଳି ଗଲା । ବିଶ୍ୱବ୍ୟାପି କଳାହାଣ୍ଡି ଯିବା ପାଇଁ ପ୍ରୟାସ ଜାରି
ହେଲା । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପୁରା ବିଶ୍ୱରୁ ଲୋକେ ପୁରୀରେ ପହଂଚିବେ,ଆମର ପରମ୍ପରା ବିଶ୍ୱବ୍ୟାପି ହେବ । ଓଡ଼ିଶାର
ମାନଚିତ୍ର ପୁରା ବିଶ୍ୱରେ ପ୍ରକାଶିତ ହେବ । ଏଥିରେ ଯାହା ଅସୁବିଧା ଆସୁ, ସେ ଜଙ୍ଗଲ ଜମି ହେଉ କି ଆଉ କୌଣସି ଅସୁବିଧା ହେଉ ସେ ବିଷୟରେ ଆମେ କେନ୍ଦ୍ର
ସରକାରଙ୍କୁ ବାଧ୍ୟ କରିବା ପୁରୀରେ ବିମାନ ବନ୍ଦର ନିର୍ମାଣ ହେଉ । ଅନେକ ପ୍ରକାର ବିମାନ ଅଛି,
କେଉଁ ବିମାନ ସେଠାରେ ପହଁଚିବେ, ସବୁ ବିମାନ କ୍ଷତି
କରିବ ନାହିଁ । ଯେଉଁଥିପାଇଁ ସେମାନେ ଚିନ୍ତା କରୁଛନ୍ତି ବୋଲି ବିଜେଡି ବିଧାୟକ କ୍ୟାପଟେନ
ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା