ଶାବର ଶ୍ରୀକ୍ଷେତ୍ରକୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚତୁର୍ଦ୍ଧାମୂରତି ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବ
ଶାବର ଶ୍ରୀକ୍ଷେତ୍ରକୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହୋଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବାର ଅନନ୍ୟ ପରମ୍ପରାର ପ୍ରତୀକ

ହେଉଛି ବାହୁଡ଼ା ଯାତ୍ରା । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।ଓଡ଼ିଶାର ଆରାଧ୍ୟ

ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜନଜାତିଙ୍କ ଅନନ୍ୟ ସମ୍ପର୍କ ରହିଛି । ଆଜି ବାହୁଡ଼ା

ଯାତ୍ରାର ଶୁଭ ଅବସରରେ କୋରାପୁଟର ଏହି ଭବ୍ୟ ଜଗନ୍ନାଥ ମନ୍ଦିରକୁ ଆସି ମହାପ୍ରଭୁଙ୍କ ରଥ ଟାଣି

ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର

ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର ହେଉ, ଏହା ପ୍ରାର୍ଥନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande