ବିଏମ୍ ସିର 3ଟି ଆଧୁନିକ ଶୌଚାଳୟ ଉଦଘାଟିତ
Bhubaneswar, 8 ଜୁଲାଇ (ହି.ସ.) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି 3ଟି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଆଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି । ସିଆରପି ଛକ ନିକଟ ପ୍ରିୟଦର୍ଶନୀ ମାର୍କେଟ ପରିସରରେ ଏକ ଆଧୁନିକ ଶୌଚାଳୟକୁ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର
ବିଏମ୍ ସିର 3ଟି ଆଧୁନିକ ଶୌଚାଳୟ ଉଦଘାଟିତ


Bhubaneswar, 8 ଜୁଲାଇ (ହି.ସ.)

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି 3ଟି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଆଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି । ସିଆରପି ଛକ ନିକଟ ପ୍ରିୟଦର୍ଶନୀ ମାର୍କେଟ ପରିସରରେ ଏକ ଆଧୁନିକ ଶୌଚାଳୟକୁ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ବରିଷ୍ଠ ନାଗରିକ, ମାର୍କେଟ ଆସୋସିଏସନର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସେହିପରି ସତ୍ୟନଗରସ୍ଥିତ ତୋଷାଳି ପ୍ଲାଜା ନିକଟରେ ଏକ ଆଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ବରିଷ୍ଠ ନାଗରିକ, ମାର୍କେଟ ଆସୋସିଏସନର କର୍ମକର୍ତ୍ତା, ମହିଳା ଏସଏଚଜିର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପରେ ଉତ୍କଳ ହସ୍ପିଟାଲ ନିକଟରେ ମଧ୍ୟ ଅନ୍ୟ ଏକ ଶୌଚାଳୟ ଉଦଘାଟିତ ହୋଇଯାଇଛି । ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୌଚାଳୟର ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ବରିଷ୍ଠ ନାଗରିକ ସ୍ଥାନୀୟ ଲୋକ ଓ ଏସଏଚ୍ ଜିର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ କି ସହରର ପରିମଳ ଏବଂ କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ଜନ ସମାଗମ ସ୍ଥାନରେ ଶୌଚାଳୟର ସୁବ୍ୟବସ୍ଥା କରାଇବା ପାଇଁ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ କ୍ରମେ କ୍ରମାଗତ ଭାବେ ପ୍ରକଳ୍ପଗୁଡିକ ହାତକୁ ନିଆଯାଉଛି ।

ସହରରେ ପରିମଳ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବା ପାଇଁ ଏହି ତିନୋଟି ସର୍ବସାଧାରଣ ଶୌଚାଳୟକୁ ମିଶାଇ ଏବେ ବିଏମ୍ ସି ଅଂଚଳରେ ମୋଟ 111ଗୋଟି ସାମୂହିକ ଶୌଚାଳୟ ରହିଛି । 70 ଗୋଟି ଗୋଷ୍ଠୀ ଶୌଚାଳୟ ଏବଂ 25ଟି ଇ-ଟଏଲେଟ୍ ନିର୍ମାଣ କରାଯାଇଛି । ସମୁଦାୟ 1465 ଗୋଟି ସିଟ୍ ରହିଛି । ଅର୍ଥାତ୍ ଗୋଟିଏ ଦିନରେ 50 ହାଜରରୁ ଅଧିକ ଲୋକ ଶୌଚ ହେବାର ବ୍ୟବସ୍ଥା ହୋଇଛି । ଏହା ବ୍ୟତିତ ଆଉ କିଛି ଶୌଚାଳୟ ନିର୍ମାଣ କାମ ଜାରି ରହିଛି । ଦୈନିକ ରାଜ୍ୟ ଓ ରାଜ୍ୟ ବାହାରୁ ଆମ ରାଜଧାନୀକୁ ଆସୁଥିବା ହଜାର ହଜାର ଲୋକ ଯେପରି କୌଣସି ଅସୁବିଧାରେ ନ ପଡନ୍ତି, ସେଥିପାଇଁ ବିଏମ୍ ସି ଉଦ୍ୟମ ଜାରି ରଖିଛି ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ଶ୍ରୀ ଏନ. ଗଣେଶ ବାବୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande