ସମ୍ବଲପୁର, ୦୮ ଜୁଲାଇ (ହି.ସ.) ଆଜି ସମ୍ବଲପୁର ମହାନଗର ନିଗମର ସମ୍ମିଳନୀ କକ୍ଷ ପରିସରରେ ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କ ପାଇଁ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନ ସଂପର୍କୀୟ ବିଭିନ୍ନ ନିୟମାବଳୀ, ଓ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ପ୍ରଶିକ୍ଷଣରେ ବିଶେଷତଃ ଆସନ ସଂଶୋଧନ ପ୍ରକ୍ରିୟା ସ୍ୱତନ୍ତ୍ର ସ୍ମରି ରିଭିଜିନ ଏସ୍ଏସ୍ ବିଏଲ୍ଓ ଆପ୍ ବ୍ୟବହାର, ତଥାମାନ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ଆଇନ ଓ ନିୟମାବଳୀ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରଶିକ୍ଷଣ ସେସନ୍ର ଶେଷରେ ଅଂଶଗ୍ରହଣକାରୀ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଏକ ପରୀକ୍ଷା ମଧ୍ୟ କରାଯାଇଥିଲା। ଉକ୍ତ ପ୍ରଶିକ୍ଷଣ କାର?୍ୟ୍ୟକ୍ରମରେ ସମ୍ବଲପୁର, ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଡେପୁଟି କମିଶନର ସୀମା ସବିତା କୁଲ୍ଲୁ, ବୁଥ୍ ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ମମତା ସାହୁ, ଡେପୁଟି କଲେକ୍ଟର (ଇଲେକ୍ସନ) ଜ୍ଞାନରଞ୍ଜନ ମାଝି, ସହକାରୀ ଜିଲ୍ଲାପାଳ ସୁଶାନ୍ତ ନାଏକ, ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ