ବୌଦ୍ଧ, ୮ ଜୁଲାଇ (ହି.ସ.) - ବୌଦ୍ଧ ବିଧାୟକ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ତଥ୍ୟ ଲୁଚାଇଛନ୍ତି କ୍ଷ ବିଧାୟକ ସରୋଜ କୁମାର ପ୍ରଧାନ ନିଜ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବା ନେଇ ଆସିଲା ନୂତନ ଅଭିଯୋଗ କ୍ଷ ବୌଦ୍ଧ ବିଧାୟକ ଗତ ସାଧାରଣ ନିର୍ବାଚନରେ ଦାଖଲ କରିଛନ୍ତି ମିଥ୍ୟା ସତ୍ୟପାଠ ବୋଲି ଅଭିଯୋଗ କରିଛି ବିଜେଡି । ମାମଲା ଯାଇ ପହଁଚିଲା ଅଦାଲତରେ । ପୂର୍ବତନ ବିଧାୟକ ପ୍ରଦୀପ ଅମାତ ଅଦାଲତର ଆଶ୍ରୟ ନଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଜେପି ବିଧାୟକ ସରୋଜ ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ଅନେକ ଅନିୟମିତତା ଅଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ବୌଦ୍ଧ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ପରାଜିତ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି । ବିଧାୟକ ସରୋଜ କୁମାର ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ତାଙ୍କନାମରେ ସର୍ବମୋଟ ୫ ଟି କେଶ ଥିବା ଉଲ୍ଲେଖ ଥିବା ବେଳେ ବିଧାୟକଙ୍କ ନାମରେ ଥିବା ଅନ୍ୟ ମାମଲା ସମ୍ପର୍କରେ ଜାଣିଶୁଣି ଲୁଚେଇଛନ୍ତି । ଏହା ସହିତ ତାଙ୍କ ନାମରେ ଦାଖଲ କରିଥିବା ସମ୍ପତି ତାଲିକାରେ ମଧ୍ୟ ତାଳ ମେଳ ନଥିବା ବିଜେଡ଼ି ଅଭିଯୋଗ କରିଛି। ବିଧାୟକ ସରୋଜ କୁମାର ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ତାଙ୍କନାମରେ ସର୍ବମୋଟ ୫ ଟି କେଶ ଥିବା ଉଲ୍ଲେଖ ଥିବା ବେଳେ ୨୦୧୭ ମସିହା ପଂଚାୟତ ନିର୍ବାଚନସମୟରେ ୮ ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ହନୁମାନ ବେହେରା ୨୦/୨/୨୦୧୯ ତାରିଖ ଭବାନୀପାଟଣା ଠାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କ ଆୟୋଜିତ ବିଜେପି ସଭାରେ ଯୋଗଦେଇଥିବାରୁ ସେହିଦିନ ରାତ୍ରୀରେ ବିଜେପି ନେତା ହନୁମାନ ବେହେରାଙ୍କୁ ବର୍ତମାନର ବୌଦ୍ଧ ବିଧାୟକଙ୍କ ନେତୃତ୍ୱରେ ଜାତିଆଣ ଆକ୍ଷେପ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସମ୍ବନ୍ଧରେ ପୁରୁଣାକଟକ ଥାନାରେ କେଶ ନମ୍ବର ୨୫/୨୦୧୯ ରେ ଏକ ମାମଲା ଦରଜ ହୋଇଛି ଏବଂ ବିଧାୟକ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ବିଧାୟକ ପ୍ରଥମେ ଥାନାରୁ ଏବଂ ପରେ ଅଦାଲତଙ୍କ ନିକଟରୁ ଜାମିନରେ ଆସିଥିବାବେଳେ ଏହି ମାମଲା ବୌଦ୍ଧ ଜିଲ୍ଲା ସେସନ ଜଜଙ୍କ ନିକଟରେ ବିଚାରଧିନ ଅଛି । ବିଧାୟକଙ୍କ ନାମରେ ଏଭଳି ମାମଲା ଥିବାବେଳେ ବିଧାୟକ ଏହାକୁ ଜାଣିଶୁଣି ଲୁଚେଇଛନ୍ତି । ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଏ ସମ୍ବନ୍ଧରେ ଉଲ୍ଲେଖ ସୁଦ୍ଧା କରିନାହାନ୍ତି କ୍ଷ ତାଙ୍କ ନାମରେ ଦାଖଲ କରିଥିବା ସମ୍ପତି ତାଲିକାରେ ମଧ୍ୟ ତାଳ ମେଳ ନଥିବା ପରିଲିକ୍ଷିତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତା ଅଶୋକ ସାହୁ, ଅବକାଶ ସାହୁ, ଆଇନଜୀବି ଅମ୍ରିତ ପ୍ରଧାନ ଉପସ୍ଥିତ ଥିଲେ। ଏ ସମ୍ବନ୍ଧରେ ବୌଦ୍ଧ ଏସଡିଜେଏମ ଙ୍କ ନିକଟରେ ପ୍ରଦୀପ କୁମାର ଅମାତ ଏକ ମାମଲା ଦରଜ କରିଛନ୍ତି । ଅନ୍ୟପକ୍ଷରେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଜବାବ ରଖିଛନ୍ତି ବିଧାୟକ ସରୋଜ କୁମାର ପ୍ରଧାନ । ଏହା ସହିତ ସତ୍ୟ ପାଠରେ ଦିଆ ଯାଇଥିବା ସମ୍ପତି ତାଲିକା ଠିକ୍ ଅଛି ବୋଲି କହିଛନ୍ତି । ଦୀର୍ଘ ୨୪ ବର୍ଷ ଧରି କ୍ଷମତାର ରହିଥିଲେ ମଧ୍ୟ ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରି ନାହାନ୍ତି । ବର୍ତମାନ ସରକାର ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଜିଲ୍ଲାର ବିକାଶକୁ ରୋକିବା ପାଇଁ ସେମାନେ ଯୋଜନା ଚଳାଇ ଛନ୍ତି ବୋଲି ବିଧାୟକ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ସମ୍ପତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା