ବଢୁଛି ବ୍ରାହ୍ମଣୀ : ନଦୀବନ୍ଧ ସୁରକ୍ଷା ନେଇ ନଦୀ କୂଳିଆ ଲୋକେ ଆତଙ୍କିତ
ଧର୍ମଶାଳା, ୮ଜୁଲାଇ (ହି.ସ.)- ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଏବେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯାଜପୁର ଜିଲା ବ୍ରାହ୍ମଣୀ ଓ ତା’ର ଶାଖା କେଲୁଅ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣ
ବଢୁଛି ବ୍ରାହ୍ମଣୀ : ନଦୀ ବନ୍ଧ ସୁରକ୍ଷା ନେଇ ନଦୀ କୂଳିଆ ଆତଙ୍କିତ


ଧର୍ମଶାଳା, ୮ଜୁଲାଇ (ହି.ସ.)- ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଏବେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯାଜପୁର ଜିଲା ବ୍ରାହ୍ମଣୀ ଓ ତା’ର ଶାଖା କେଲୁଅ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଉଭୟ ନଦୀ କୂଳରେ ବସବାସ କରୁଥିବା ନଦୀ କୂଳିଆ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । ବ୍ରାହ୍ମଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ବ୍ରାହ୍ମଣୀ ଓ ତାର ଶାଖା ନଦୀ କେଲୁଅ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସମ୍ଭାବ୍ୟ ବନ୍ୟା ଆଶଙ୍କା କରି ଏବେ ଆତଙ୍କିତ ହୋଇପଡିଛନ୍ତି ଅଂଚଳବାସୀ । ବ୍ରାହ୍ମଣୀ ଓ ଶାଖା କେଲୁଅ ନଦୀ ବନ୍ଧ ଅନେକ ସ୍ଥାନରେ ଦୁର୍ବଳ ହୋଇପଡିଛି । ସରକାରୀ ସ୍ତରରେ ଦୁର୍ବଳ ନଦୀ ବନ୍ଧର ସୁଦୃଢୀକରଣ ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲା ଜାରକା ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ବନ୍ଧ ମରାମତି ପାଇଁ ଲକ୍ଷଲକ୍ଷ ବ୍ୟୟ ବରାଦ କରାଯାଇଥିଲା । ହେଲେ ନଦୀରେ ବନ୍ୟା ଜଳ ଆସିବା ପୂର୍ବରୁ କୌଣସି ନଦୀ ବନ୍ଧ ସମ୍ପୂର୍ଣ୍ଣଭାବେ ମରାମତି ହୋଇପାରିଲା ନାହିଁ । ଠିକାଦାର ନିଜ ମନ ମୁତାବକ କାମକୁ ଅଧପନ୍ତରିଆ କରି ଛାଡି ଦେଇଛନ୍ତି । ଧର୍ମଶାଳା ବ୍ଲକ କେଳୁଅ ନଦୀ ବନ୍ଧ ଦେଓଦା ପଂଚାୟତ ମାଝିପାଟଣା, ବାଙ୍କସାହି, ନାଳକୂଳ, ଭାବିଲ, ଭଗବାନପୁର, ଅରାବଳ, ସାନବାଲିକୁଦା ଓ ବ୍ରାହ୍ମଣୀ ନଦୀର କୁଣ୍ଡପାଟଣା, କୋଠଡିହ ଓ ବ୍ରହ୍ମବରଦା ଆଦି ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଅବସ୍ଥାରେ ରହିଛି । ଏବେ ନଦୀରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ କିଛି ତଥାକଥିତ ଠିକାଦାର ଅନେକ ସ୍ଥାନରେ ଡଷ୍ଟ ଓ ମାଟି ପକାଇବାର ଦେଖିବାକୁ ମିଳିଛି । ଏପଟେ ଏହି ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡିଛନ୍ତି । ନଦୀରେ ବନ୍ୟା ଜଳ ପ୍ରବେଶ କରୁଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀ ତାଗିଦ୍ କରୁଥିବା ସତ୍ୱେ ନଦୀ ବନ୍ଧର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଦେଖା ନାହିଁ କି ଦର୍ଶନ ମିଳୁ ନ ଥିବା ଯାହାକୁ ନେଇ ନଦୀ କୂଳରେ ବସବାସ କରୁଥିବା ନଦୀ କୂଳିଆ ଲୋକମାନେ ଅଭିଯୋଗ କରିବା ସହ ଭଗବାନଙ୍କ ଉପରେ ଭରସା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande