ଭଦ୍ରକରେ କଂଗ୍ରେସ ନେତା ଅସିତ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୮ ଜୁଲାଇ (ହି.ସ.) - ନୂତନ ଭାବେ ଭଦ୍ରକ ଜିଲ୍ଲା ସଂଯୋଜକ ନିଯୁକ୍ତି ପାଇବା ପରେ ଅସିତ୍ ପଟ୍ଟନାୟକଙ୍କୁ ଆଜି ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ପଟ୍ଟନାୟକ ଭଦ୍ରକ ଗେଲପୁର ନିକଟରେ ପହଂଚିବା ପରେ ତାଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ଭଦ୍ରକ ରାଜଘାଟ ସ୍ଥିତ ଜିଲ୍ଲା କଂଗ୍ରେସ କାର
CONGRESS NETA ASIT PATTNAYK NKU SAMBARDHANA


ଭଦ୍ରକ, ୮ ଜୁଲାଇ (ହି.ସ.) - ନୂତନ ଭାବେ ଭଦ୍ରକ ଜିଲ୍ଲା ସଂଯୋଜକ ନିଯୁକ୍ତି ପାଇବା ପରେ ଅସିତ୍ ପଟ୍ଟନାୟକଙ୍କୁ ଆଜି ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ପଟ୍ଟନାୟକ ଭଦ୍ରକ ଗେଲପୁର ନିକଟରେ ପହଂଚିବା ପରେ ତାଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ଭଦ୍ରକ ରାଜଘାଟ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ସମର୍ଥକ ମାନେ ବାଣ ଫୁଟାଇ ବୁଲୁ ପଟ୍ଟନାୟକ ଜିନ୍ଦାବାଦ କଂଗ୍ରେସ ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ ଧ୍ୱନି ଦେଇ ପାର୍ଟି ଅଫିସ୍‌କୁ ପାଛୋଟି ଆଣିଥିଲେ । ତାଙ୍କ ସହିତ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ପ୍ରଦେଶ କଂଗେସ ସଭାପତି ଜୟଦେବ ଜେନା, ବରିଷ୍ଟ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଜିଲା ସଭାପତି ଅଶୋକ ଦାସ, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ , ପୂର୍ବତନ ଭଦ୍ରକ ଲୋକସଭା ମଣ୍ଡଳୀ ନେତ୍ରୀ ମଧୁସ୍ମିତା ସେଠୀ, କଂଗ୍ରେସ ନେତା ଅଭିଷେକ ରାଉତ, ସୁବ୍ରତ ଦାସ, ଅମିୟ ମହାପାତ୍ର , ମହିଳା ସଭାନେତ୍ରୀ ସବିତା ଚାନ୍ଦ, ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ସନିଆ ନନ୍ଦ, ଦେବରୂପ ମହାନ୍ତି ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଏହାପରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଅସିତ୍ ପଟ୍ଟନାୟକ କହିଥିଲେ ଯେ ବର୍ତମାନର ସରକାର ସବୁଦିଗରୁ ବିଫଳ ହୋଇଛନ୍ତି । ଭଦ୍ରକବାସୀଙ୍କ ସ୍ୱପ୍ନ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଅଧୁରା ରହିଛି । ଆରଡ଼ି ରାସ୍ତା, ଭଦ୍ରକାଳୀ ରାସ୍ତା ଏବଂ ପୁରୁଣାବଜାର ରାସ୍ତାର ଅବସ୍ଥା ନକହିବା ଭଲ। ଏଥିସହ ଶାନ୍ତିପୂର୍ଣ ଭଦ୍ରକ ସହରରେ ଏବେ ଗୁଳି ଫୁଟୁଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ତେଣୁ ଦଳ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦେଇଛି ତାକୁ ସେ ପୂରଣ କରିବେ ବୋଲି କହିଛନ୍ତି। ଏବଂ ଏ ଦିଗରେ ଭଦ୍ରକ ଜିଲାର ଜନସାଧାରଣ ତାଙ୍କୁ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ଭଦ୍ରକ ଜିଲାବାସୀଙ୍କୁ ଆସନ୍ତା ୧୧ ତାରିଖ ଦିନ ଭୁବନେଶ୍ୱରରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସଭାରେ ବହୁସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଥିଲେ। ଅନୁରୂପ ଜୟଦେବ ଜେନା ରାହୁଲ ଗାନ୍ଧୀଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ କଂଗ୍ରେସ ଓ ଓଡ଼ିଶା ରହିଛି ବୋଲି କହିବା ସହ ବର୍ତମାନର ସରକାରରେ ସମ୍ବିଧାନ କ୍ଷତବିକ୍ଷତ ହୋଇଥିବାର ଦର୍ଶାଇ ମହିଳା ସୁରକ୍ଷା କ୍ଷେତ୍ରରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବାର କହିଥିଲେ। ବିଶେଷକରି ଗୋପାଳପୁର ଘଟଣାରେ ଯେଉଁ ବିଭତ୍ସ ପରିସ୍ଥିତି ସୃଷ୍ଟି ହୋଇଛି, ତାକୁ କେବଳ କଂଗ୍ରେସ ଦଳ ପ୍ରଥମେ ଏହି ଘଟଣାକୁ ବିରୋଧ କରି ଲୋକ ଲୋଚନକୁ ଆଣିଛି। ଏପରିକି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାକୁ ନେଇ ଟୁଇଟ୍ କରିଛନ୍ତି। ଏବଂ ଏହି ଘଟଣାକୁ ରାହୁଲ ଗାନ୍ଧୀ ସିଧାସଳଖ ପାର୍ଲାମେଂଟରେ ଉପସ୍ଥାପନ କରିବେ ବୋଲି ଶ୍ରୀ ଜେନା କହିଛନ୍ତି। ସେହିଭଳି ଧରାକୋଟରେ ଦୁଇଜଣ ଦଳିତଙ୍କୁ ଯେଭଳି ଅଧାଲଣ୍ଡା କରି ନର୍ଦ୍ଦମା ପାଣି ପିଆଇ ଆଣ୍ଠୁରେ ଦୁଇକିଲୋମିଟର ଚଲାଇବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ସିବିଆଇ ଓ ଇଡି ଏବେ ଯେତେ ଲୋକଙ୍କୁ ଟାର୍ଗେଟ୍ କରିଛି, ସେଥିରେ ସମଗ୍ର ଭାରତ ବର୍ଷରେ ଜଣେହେଲେ ବିଜେପି ନେତା ନାହାଁନ୍ତି। ଆଜି ଦରଦାମ୍ ବୃଦ୍ଧି ଠାରୁ ଆରମ୍ଭ କରି ଚାଷୀଙ୍କ କଟଣୀ ଛଟନୀ ପର୍ଯ୍ୟନ୍ତ ସବୁଥିରେ ଏ ସରକାର ନିଜର ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିନାହିଁ। ଏବଂ ଅସିତ୍ ପଟ୍ଟନାୟକ ଦାୟିତ୍ୱ ନେବା ପରେ ନିଶ୍ଚିତ ଭାବେ ଭଦ୍ରକରେ କଂଗ୍ରେସର ଶକ୍ତି ସୁଦୃଢ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ସେହିଭଳି ଅନନ୍ତ ପ୍ରସାଦ ସେଠୀ ଏବେ ଅସିତ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଭଦ୍ରକ ଜିଲାରେ କଂଗ୍ରେସ ନିଶ୍ଚିତ ଭାବେ ଶକ୍ତିଶାଳୀ ଓ ସୁସଂଗଠିତ ହେବ ବୋଲି କହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande