ନୂତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଜୟପୁର, ୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ମଙ୍ଗଳବାର ମାନସ ରଞ୍ଜନ ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ନୂତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ମହାପାତ୍ର ପୂର୍ବତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ଠାରୁ କାର
ନୂତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦାୟୀତ୍ବ ଗ୍ରହଣ


ଜୟପୁର, ୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ମଙ୍ଗଳବାର ମାନସ ରଞ୍ଜନ ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ନୂତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ମହାପାତ୍ର ପୂର୍ବତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ, ନୂତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଯାଜପୁର ଜିଲ୍ଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ରହିଥିଲେ । ତାଙ୍କୁ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ପଦୋନ୍ନତି ପରେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । ଏହିପରି ପୂର୍ବତନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ମୟୁରଭଞ୍ଜ ଜିଲ୍ଲା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ବଦଳୀ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande