ମରଣଯନ୍ତା ପାଲଟିଛି ଚମ୍ପୁଆ ଆଦର୍ଶ ବିଦ୍ୟାଳୟ ରାସ୍ତା
ଚମ୍ପୁଆ, ୮ ଜୁଲାଇ (ହି.ସ.) - ଚମ୍ପୁଆ ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ସାମାନ୍ୟ ବର୍ଷାରେ କାଦୁଅ ପଚ ପଚ ସହ ଖସଡ଼ା ହୋଇ ପଡ଼ୁଥିବାରୁ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ର ଛାତ୍ରୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟକୁ ଯିବା ବେଳେ ଖସଡା କାଦୁଅ ରାସ୍ତାରେ ପଡି ଛାତ୍ରଛାତ୍ରୀ
ମରଣଯନ୍ତା ପାଲଟିଛି ଚମ୍ପୁଆ ଆଦର୍ଶ ବିଦ୍ୟାଳୟ ରାସ୍ତା


ଚମ୍ପୁଆ, ୮ ଜୁଲାଇ (ହି.ସ.) - ଚମ୍ପୁଆ ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ସାମାନ୍ୟ ବର୍ଷାରେ କାଦୁଅ ପଚ ପଚ ସହ ଖସଡ଼ା ହୋଇ ପଡ଼ୁଥିବାରୁ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ର ଛାତ୍ରୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟକୁ ଯିବା ବେଳେ ଖସଡା କାଦୁଅ ରାସ୍ତାରେ ପଡି ଛାତ୍ରଛାତ୍ରୀ ମାନେ ହଟହଟା ହେଉଥିବା ଦେଖିବାକୁ ମିଳୁଛି । ଚମ୍ପୁଆ ସଦର ମହକୁମା ତଥା ବ୍ଲକ୍ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଏହି ସରକାରୀ ବିଦ୍ୟାଳୟର ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ି ପାରୁନାହିଁ। ଚମ୍ପୁଆ ବ୍ଲକ୍ ମୁଖ୍ୟାଳୟରେ ସ୍ଥାପିତ ଏହି ବିଦ୍ୟାଳୟକୁ ପାଖାପାଖି ଦଶ ବର୍ଷ ହେବାକୁ ବସିଥିଲେ ମଧ୍ୟ ବିଦ୍ୟାଳୟ ରାସ୍ତାଟି ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଛି। ଚମ୍ପୁଆ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ନିକଟ ଦେଇ ବିଦ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ନୂତନ ଭାବେ ରାସ୍ତା ନିର୍ମାଣ ହେଉନାହିଁ କି ରାସ୍ତା ଉପରେ ଆଜି ପର୍ଯ୍ୟନ୍ତ ମାଟି ମୁଠେ ପଡ଼ି ପାରିନାହିଁ । ବର୍ଷା କାଦୁଅରେ ରାସ୍ତା ଟି ଖସଡ଼ା ହୋଇ ପଡ଼ିଥିବାରୁ ଗାଡି ଚଳାଚଳ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳୁଛି। ଖୋଦ ଚମ୍ପୁଆ ଉପଜିଲ୍ଲାପାଳ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଥିଲେ ମଧ୍ୟ ରାସ୍ତା ପ୍ରତି ପ୍ରଶାସନର ନଜର ନ ପଡିବା ପରିତାପର ବିଷୟ ପାଲଟିଛି । ରାସ୍ତା ନିର୍ମାଣ ନେଇ ପୂର୍ବରୁ ବିଦ୍ୟାଳୟ ତରଫରୁ ପ୍ରଶାସନକୁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଯାହାକୁ ନେଇ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ଅତିଶୀଘ୍ର ରାସ୍ତା ନିର୍ମାଣ ନେଇ ଅଭିଭାବକ ମହଲରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande