ରାହୁଲ ଗାନ୍ଧୀଙ୍କ ଭୁବନେଶ୍ଵର ଗସ୍ତ ନେଇ କେନ୍ଦୁଝର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ
କେନ୍ଦୁଝର, ୮ ଜୁଲାଇ (ହି.ସ.)- ଚଳିତ ଜୁଲାଇ ୧୧ ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୁବନେଶ୍ଵର ଆସି ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଅ ସମାବେଶ କରିବେ । ସେଥିଲାଗି ରାଜ୍ୟ କଂଗ୍ରେସ ସମେତ କେନ୍ଦୁଝର ଜିଲ୍ଲା କଂଗ୍ରେସରେ ପ୍ରବଳ ଉତ୍ସାହ ଦେଖାଯାଇଛି। ଏହି ପ୍ରତିବାଦ ସଭାରେ ରାହୁଲ୍ ଗାନ୍ଧୀ
Congress press meet


କେନ୍ଦୁଝର, ୮ ଜୁଲାଇ (ହି.ସ.)- ଚଳିତ ଜୁଲାଇ ୧୧ ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୁବନେଶ୍ଵର ଆସି ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଅ ସମାବେଶ କରିବେ । ସେଥିଲାଗି ରାଜ୍ୟ କଂଗ୍ରେସ ସମେତ କେନ୍ଦୁଝର ଜିଲ୍ଲା କଂଗ୍ରେସରେ ପ୍ରବଳ ଉତ୍ସାହ ଦେଖାଯାଇଛି। ଏହି ପ୍ରତିବାଦ ସଭାରେ ରାହୁଲ୍ ଗାନ୍ଧୀ ସମ୍ବିଧାନକୁ କିପରି ମୋଦି ସରକାର ନିଜ କବଜାକୁ ନେବାକୁ ହୀନ ଉଦ୍ୟମ କରୁଛି ସେ କଥା ଲୋକଙ୍କୁ ବୁଝାଇବେ । ଓଡ଼ିଶାରେ ବର୍ତ୍ତମାନର ମୋହନ ମାଝୀ ସରକାର ସବୁଥିରେ ବିଫଳ ହେବାରୁ ଲୋକେ ତ୍ରାହି ତ୍ରାହି ଡାକିଲେଣି ଏପଟେ ବିଜୁ ଜନତା ଦଳ ନିଜର ବିଗତ ଦୁର୍ନୀତି ଲାଗି ଭୟରେ ଆଉ ବିରୋଧୀ ଦଳ ଭୂମିକା ନିଭାଇବାକୁ ଅସମର୍ଥ ହୋଇଛି। ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରତିଦିନ ବଢି ଚାଲିଛି, ନିଜେ ମୁଖ୍ୟମନ୍ତ୍ରୀ ନାରୀ ହତ୍ୟାକାରୀଙ୍କ ତରଫଦାରି କରୁଛନ୍ତି ବୋଲି ଆରୋପ ପ୍ରମାଣ ଅଛି। ତେଣୁ ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ଓଡ଼ିଶାରେ କଂଗ୍ରେସକୁ ଜୀବନ୍ୟାସ ଦେବା ସହ ଶାସକ ଦଳକୁ ଶକ୍ତ ଆହ୍ବାନ ସୃଷ୍ଟି କରିବ ବୋଲି କଂଗ୍ରେସ କର୍ମୀ ଓ ନେତାଙ୍କ ବିଶ୍ୱାସ। ଏ ସବୁ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରୁ ଶହ ଶହ ଲୋକ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଯିବାକୁ ବାହାରିଛନ୍ତି। କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ସେଥିଲାଗି ଆଜି ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ଆଡ଼ଭୋକେଟ ହିମାଂଶୁ ଶେଖର ଲେଙ୍କା କେନ୍ଦୁଝର କଂଗ୍ରେସ ଭବନ ଆସି ଏକ ପ୍ରେସ ମିଟ୍ କରିଥିଲେ । ସେମାନେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତୁତିକୁ ତଦାରଖ କରିଥିଲେ। ଏହି ପ୍ରେସ ମିଟରେ ଜିଲ୍ଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଂଗୀତା ସିଂହ ଅତିଥିଙ୍କୁ ସ୍ଵାଗତ କରି ଶୁଭେଚ୍ଛା ଜଣାଇ ଥିଲେ । ସେ ଅତିଥି ପରିଚୟ ପରେ ଏହି ପ୍ରେସ ମିଟର ଆଭିମୁଖ୍ୟ ସହ ଜିଲ୍ଲା କଂଗ୍ରେସର ବ୍ୟାପକ ପ୍ରସ୍ତୁତି ଉପରେ କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ନଗେନ୍ଦ୍ର ପ୍ରଧାନ ପ୍ରେସ ମିଟରେ ରାଜ୍ୟ ତଥା କେନ୍ଦ୍ର ବିଜେପିର ବିଫଳତା କଥା କହିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ସମ୍ବିଧାନ ବଞ୍ଚାଅ ଅଭିଯାନର ସୂକ୍ଷ୍ମ ଉଦ୍ଦେଶ୍ୟ ବୁଝାଇଥିଲେ । କିପରି ସମ୍ବିଧାନର ବଳିଷ୍ଠ ଅଙ୍ଗ ରାଷ୍ଟ୍ରପତି, ବିଚାର ବିଭାଗ, ନିର୍ବାଚନ କମିଶନ ପରି ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନକୁ ବିଜେପି ହାତକୁ ନେବାକୁ ଚକ୍ରାନ୍ତ କରୁଛି। ଗଣମାଧ୍ଯମକୁ କରାୟତ କରୁଛି ବଡ଼ ବଡ଼ ଟିଭି ଚ୍ୟାନେଲ ଏବେ ବ୍ୟବସାୟୀଙ୍କ ଦ୍ଵାରା ପରିଚାଳିତ ଖବରକାଗଜ ଅବସ୍ଥା ମଧ୍ୟ ସେହିପରି। ସାମ୍ବାଦିକ ନିଜ ଇଚ୍ଛାରେ ଖବର ଲେଖି ପାରୁ ନାହାନ୍ତି କି ପ୍ରସାରଣ କରି ପାରୁ ନାହାନ୍ତି। ସାମାଜିକ ଗଣମାଧ୍ୟମ ସ୍ଵାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ମୋଦି ସରକାର ଏବେ ତତ୍ପର ହୋଇ ଉଠଛି ସେକଥା କହି ସେ ସାବଧାନ କରିଥିଲେ। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଯାଇଥିଲେ ମଧ୍ୟ ଏଠାରେ ଲୋକେ ଅବହେଳିତ ଏକଥା କହି ସେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ କେନ୍ଦୁଝର ଜିଲ୍ଲାରୁ କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଲୋକେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଯାଇ ପଛୁଆ ବର୍ଗ, ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ଲାଗି ଉଠୁଥିବା ସ୍ୱରକୁ ଶୁଣି ଆସି ନିଜ ଅଞ୍ଚଳରେ କହିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ସହଯୋଗ ଲୋଡ଼ିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପୂର୍ବତନ ପିସିସି ସଂପାଦକ ସଂଗ୍ରାମ ଦାସ, ନିର୍ମଳ ନାୟକ, ପ୍ରତିଭା ମଞ୍ଜରୀ ନାୟକ, ରତ୍ନାକର ଜେନା,ଉତ୍ତମ ସାହୁ,ସନ୍ତୋଷ ସାହୁ, ସୂଢଳ କୁମାର ସେଠୀ, ଆର୍ତ୍ତ ଦାସ, ରଘୁନାଥ ପାତ୍ର, ସୁବ୍ରତ ପ୍ରଧାନ, ପୂର୍ଣ୍ଣ ଦାସ ଆଦି ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande