ଡ୍ରାଇଭର ମହାସଂଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ
ଚମ୍ପୁଆ ୮ ଜୁଲାଇ (ହି.ସ.) - ଡ୍ରାଇଭର ମହାସଂଘର ଦଶ ଦଫା ଦାବୀକୁ ନେଇ ସରକାର ଦେଇଥିବା ପ୍ରତିଶୃତିକୁ ପୂରଣ ନ ହେବାରୁ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଚମ୍ପୁଆ ଉପଖଣ୍ଡରେ ଅନୁଭୂତ ହୋଇଛି । ଆନ୍ଦୋଳନ ଯୋଗୁଁ ଚମ୍ପୁଆରେ ଯାତ୍ରୀବାହୀ ବେସର
ଚମ୍ପୁଆ ଡ୍ରାଇଭର ସଂଘ


ଚମ୍ପୁଆ ୮ ଜୁଲାଇ (ହି.ସ.) - ଡ୍ରାଇଭର ମହାସଂଘର ଦଶ ଦଫା ଦାବୀକୁ ନେଇ ସରକାର ଦେଇଥିବା ପ୍ରତିଶୃତିକୁ ପୂରଣ ନ ହେବାରୁ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଚମ୍ପୁଆ ଉପଖଣ୍ଡରେ ଅନୁଭୂତ ହୋଇଛି । ଆନ୍ଦୋଳନ ଯୋଗୁଁ ଚମ୍ପୁଆରେ ଯାତ୍ରୀବାହୀ ବେସରକାରୀ ବସ ସହିତ ସରକାରୀ ମୋ ବସ ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା । ବସ ଚଳାଚଳ ବନ୍ଦ ଯୋଗୁଁ ରାଜଧାନୀ ତଥା ଦୂର ଦୂରାନ୍ତର କୁ ଯାତ୍ରା କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆଖପାଖ ସ୍ଥାନକୁ ଯିବା ପାଇଁ ଯାତ୍ରୀ ମାନେ ଅଟୋ, ପିକ ଅପ ଗାଡି କୁ ଭରସା କରିଥିଲେ । ଚମ୍ପୁଆ ଜାମୁନାଳିଆ ଛକ ଠାରେ ଚମ୍ପୁଆ ବ୍ଲକ ଡ୍ରାଇଭର ମହାସଂଘ ଧର୍ମଘଟରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର?୍ୟ୍ୟନ୍ତ ଚାଲିବ ବୋଲି ଚମ୍ପୁଆ ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande