ଜୟପୁର, 8 ଜୁଲାଇ (ହି.ସ.)
ରାଜ୍ୟ ଡ୍ରାଇଭର ମହାସଂଘର ଡାକରା କ୍ରମେ ଆଜି
ଠାରୁ ସାରା ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିଅରିଙ୍ଗ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାର ପ୍ରଭାବ କୋରାପୁଟ ଜିଲା ଜୟପୁର ରେ ମଧ୍ୟ ଦେଖିବାକୁ ମେଳିଛି । ଘରୋଇ ବସ ବନ୍ଦ ରହିଛି ଫଳରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଦାମାନଯୋଡ, ଭବାନିପାଟଣା, ବଲାଙ୍ଗିର ଆଦି ବସ ସେବା ସମ୍ପୁଣ୍ଣ ବନ୍ଦ ରହିଛି । ବସ ବନ୍ଦ ଯୋଗୁଁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି । ଟ୍ରକ ,ବସ ସବୁ ବନ୍ଦ ରହିଛି । ଡ୍ରାଇଭର ମାନଙ୍କ ୬ଟି ଦାବି ପୁରଣ ପାଇଁ ମହାସଂଘ ତରଫରୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ରାଜ୍ୟ ସରକାର ଏହାକୁ କଣ୍ଣପାତ କରୁ ନାହିଁନ୍ତି । ତେଣୁ ମହାସଂଘର ଡାକରାରେ ଆଜି ଠାରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନର କରାଯାଇଛି । ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ଓାର୍କର େଓଲଫେୟାର ବୋର୍ଡ ଅଟୋ ଡ୍ରାଇଭର ମାନଙ୍କୁ ସାମିଲ କରାଯିବା, ଜନ ସାଧରଣଙ୍କ ଆକ୍ରଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରାଯିବା, କୃତ୍ତି ଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପର ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯିବା, ଗାଡିଗଗୁଡିକ ପାର୍କିଂ ଓ ଚାଳକମାନଙ୍କ ବିଶ୍ରାମ ନେବା ପାଇଁ ଗାଡି ବାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ପ୍ରତି ଶହେ କିମି ବ୍ୟବଧାନରେ କରାଯିବା, ଓଡିଶାରେ ଥିବା ପ୍ରତ୍ୟେକ ଖଣି ଖାଦନ ଏବଂ କରଖାନା ଗୁଡିକରେ ଶତକଡା ୭୦ ପ୍ରତିଶତ ଓଡିଶାର ଡ୍ରାଇଭର ମାନଙ୍କୁ କାମ କରିବାର ଅଗ୍ରାଧିକାରି ଦିଆଯିବା, ସେଫ୍ଟମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୁପେ ଘୋଷଣା କରିଯିବା ଆଦି ଦାବି ରହିଛି । ମୋଟର କର୍ମଚାରି ସଂଘ କାଯ୍ୟାଳୟ ସମ୍ମୁଖରେ ମୋଟର କର୍ମଚାରି ସଂଘ.ଓଡିଶା ଡ୍ରାଇଭର ମହାସଂଘ, ଜୟପୁର ମୋଟର କର୍ମଚାରି ସଂଘ, ଜୟପୁର ଲହରି ୟୁନିୟନର ସଦସ୍ୟ ମାନେ ଧାରଣା ବସିଛନ୍ତି । ଅନିଦ୍ଧିଷ୍ଟ କାଳ ଯାଏ ଧାରଣା ଜାରି ରହିବ ବୋଲିସଭାପତି ଧନୁ ବେହେରା, ଆବ ଦୁଲ ଜିଲାନି ି । ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି