ପୁରୀଧାମରେ ଶ୍ରୀନୃସିଂହ ମନ୍ଦିର, ବଲାଙ୍ଗିର ର ଅନ୍ନପ୍ରସାଦ ବଣ୍ଟନ
ବଲାଙ୍ଗିର, 8 ଜୁଲାଇ (ହି.ସ. ଶ୍ରୀନୃସିଂହ ମନ୍ଦିର ବଲାଙ୍ଗିର ର ମହନ୍ତ ମହାରାଜ ସଦଗୁରୁ ଦେବ ବ୍ରଜ ମୋହନ ଶରଣଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ସହଯୋଗ ରେ ପୁରୀଧାମ ର ରାଧାକାନ୍ତ ମଠ (ଗମ୍ଭାରୀ) ବାଳିସାହି ଠାରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଭକ୍ତ
ପୁରୀଧାମରେ ଶ୍ରୀନୃସିଂହ ମନ୍ଦିର, ବଲାଙ୍ଗିର ର ଅନ୍ନପ୍ରସାଦ ବଣ୍ଟନ


ବଲାଙ୍ଗିର, 8 ଜୁଲାଇ (ହି.ସ.

ଶ୍ରୀନୃସିଂହ ମନ୍ଦିର ବଲାଙ୍ଗିର ର ମହନ୍ତ ମହାରାଜ ସଦଗୁରୁ ଦେବ ବ୍ରଜ ମୋହନ ଶରଣଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ସହଯୋଗ ରେ ପୁରୀଧାମ ର ରାଧାକାନ୍ତ ମଠ (ଗମ୍ଭାରୀ) ବାଳିସାହି ଠାରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଭକ୍ତଗଣଙ୍କ ସେବା ପାଇଁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟ ତୁଳାଇବା ପାଇଁ ସଂଘର ସଭାପତି ଚନ୍ଦ୍ର କୁମାର ପୁରୋହିତ, ସମ୍ପାଦକ ନାରାୟଣ ପୁରୋହିତ ଓ ବରିଷ୍ଠ ସଦସ୍ୟ ବୀର ଅନନ୍ତ ପଣ୍ଡା ସମେତ ଅନେ ଭକ୍ତଗଣ ବିଶେଷ ଭାବେ ସହଯୋଗ କରିଥିଲେ । ସ୍ଥାନୀୟ ଜଗନ୍ନାଥ ସେବା ସଂଘର ସମ୍ପାଦକ ଶଶୀକାନ୍ତ ରଥ ଓ ପଚିଶଜଣ ସ୍ୱେଚ୍ଛାସେବି ଅର୍ଣ୍ଣପ୍ରସାଦ ବିତରଣରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶ ଥାଉ କି, ଗତ ରଥ ଯାତ୍ରା ସମୟରେ ବଲାଙ୍ଗିର ମଧ୍ୟ ଶ୍ରୀନୃସିଂହ ମନ୍ଦିର ସମ୍ମୁଖରେ ଭକ୍ତଗଣଙ୍କ ପାଇଁ ଅନ୍ନପ୍ରସାଦ ବିତରଣ କରାଯାଇଥିଲା । ଶ୍ରୀ ମହନ୍ତ ମହାରାଜ ଓ ଗୁରୁଭାଇ ଓ ଭଉଣୀ ସେବା ସଂଘ ବଲାଙ୍ଗିର ର ଏପରି ପବିତ୍ର ମହାନ ସେବା କାର୍ଯ୍ୟ ପାଇଁ ବୁଦ୍ଧିଜିବୀ ଓ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande