କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ାରେ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଚଉଦକୁଲାଟ ସମିତିରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଜୁଳି, ଆମ୍ବ, ମନ୍ଦାର ଫୁଲ, ଟରାଟ ଫୁଲ ଏବଂ ବିଭିନ୍ନ ଔଷଧିୟ ବୃକ୍ଷଗୁଡ଼ିକୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଆର୍ସିଏସ୍ ପ୍ରଭାକର ନାୟକ, ଏଆର୍ସିଏସ୍ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ଏସ୍ଏଆର୍ସିଏସ୍ ବିକାଶ ଚନ୍ଦ୍ର ତରାଇ ପ୍ରମୁଖ ଅତିଥିଭାବେ ଯୋଗଦେଇଥିବାବେଳେ ସମ୍ପାଦକ ହେମନ୍ତ କୁମାର ପାତ୍ର, ଡିଇଓ ସଞ୍ଜିବ୍ କୁମାର ସାହୁଙ୍କ ସମେତ ହୃଷିକେଶ ମଲ୍ଲିକ, ଶାନ୍ତିଲତା ସାହୁ, ଜୟପ୍ରକାଶ ଗିରି, ପତିତ ପାବନ ମହାନ୍ତି, ଅଭିମନ୍ୟୁ ସୁତାର, ଅନନ୍ତ ଚରଣ ସେଠୀ, ବାବାଜି ଚରଣ ସେଠୀ, ପୁରସ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି