ଜୁଲାଇ ୯ ଧର୍ମଘଟକୁ ସଫଳ କରିବା ପାଇଁ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ନିବେଦନ
କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ମୋଟ୍ ଉତ୍ପାଦନ ଖର୍ଚ୍ଚର ୫୦ ଅନୁଯାୟୀ ଧାର୍ଯ୍ୟକର ଚାଷୀର ସମସ୍ତ ଫସଲ କ୍ରୟ ନିମନ୍ତେ ଆଇନ୍‌ଗତ ଗ୍ୟାରେଂଟି, କୃଷକମାନଙ୍କୁ ଋଣରୁ ମୁକ୍ତି, ସମସ୍ତଙ୍କ ପାଇଁ ନିଯୁକ୍ତି, ମନରେଗାରେ ଦୁଇଶହ ଦିନର କାମ, ଦିନକୁ ୬ଶହ ଟଙ୍କା ମ
ଜୁଲାଇ ୯ ଧର୍ମଘଟକୁ ସଫଳ କରିବା ପାଇଁ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ନିବେଦନ


କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ମୋଟ୍ ଉତ୍ପାଦନ ଖର୍ଚ୍ଚର ୫୦ ଅନୁଯାୟୀ ଧାର୍ଯ୍ୟକର ଚାଷୀର ସମସ୍ତ ଫସଲ କ୍ରୟ ନିମନ୍ତେ ଆଇନ୍‌ଗତ ଗ୍ୟାରେଂଟି, କୃଷକମାନଙ୍କୁ ଋଣରୁ ମୁକ୍ତି, ସମସ୍ତଙ୍କ ପାଇଁ ନିଯୁକ୍ତି, ମନରେଗାରେ ଦୁଇଶହ ଦିନର କାମ, ଦିନକୁ ୬ଶହ ଟଙ୍କା ମଜୁରୀ, ନିମ୍ନତମ ମାସିକ ମଜୁରି ୨୬ ହଜାର ଟଙ୍କା, ସମସ୍ତଙ୍କ ପାଇଁ ୯ ହଜାର ଟଙ୍କା ପେନସନ୍‌, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍‌, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା, ଘରୋଇ କରଣ ବନ୍ଦ କର, ଅତ୍ୟାଧିକ ଧନୀଙ୍କୁ ଟିକସ ଲଗାଅ ପ୍ରଭୃତି ୧୮ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିିଳିତ ମଂଚ ଓ କଂଗ୍ରେସ୍ ବାମପନ୍ଥୀ ଦଳ ପକ୍ଷରୁ ଜୁଲାଇ ୯ ତାରିଖରେ ଆହୁତ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି। ଏହି ପରିପେକ୍ଷୀରେ ଆୟୋଜିତ ଏକ ବୈଠକରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ, ସିପିଆଇ(ଏମ୍‌) ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସଂପାଦକ ବିକାଶ ଚନ୍ଦ୍ର ବେହୁରା, ସିପିଆଇ(ଏମ୍‌.ଏଲ୍‌.) ବିଧାନ ଚନ୍ଦ୍ର ଦାସ, ଏସ୍‌ୟୁସିଆଇ ଜିଲ୍ଲା ସଂପାଦିକା ଏଲିନା ସାମନ୍ତରାୟ ପ୍ରମୁଖ ଏକ ବିବୃତିରେ ନିବେଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande