ଭଦ୍ରକ, ୮ ଜୁଲାଇ (ହି.ସ.) - କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଆଜି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଅଛି। ଏପରିକି ଦୁଇଟି ବାଇକ ପାସ କରିବା ବିପଦପୂର୍ଣ୍ଣ ହୋଇଅଛି। ରାସ୍ତାଟିର ନିର୍ମାଣ ସଂସ୍ଥା ରକ୍ଷଣାବେକ୍ଷଣ ଅବଧି ସମୟ ସରିଯାଇ ଥିବାରୁ ଧ୍ୟାନ ଦେଉନଥିଲା ବେଳେ ଗ୍ରାମ୍ୟ ଉନୟନ୍ ବିଭାଗର ମଧ୍ୟ ରାସ୍ତା ପ୍ରତି ଦୃଷ୍ଟି ନାହିଁ। କେନାଲ ରାସ୍ତା ହୋଇଥିବାରୁ ଆରମ୍ଭରୁ ରାସ୍ତାଟି ଅଣଓସାରିଆ ଭବେ ନିର୍ମିତ ହୋଇ ଥିଲାବେଳେ ଏବେ ଦୁଇ ପଟେ ଘାସ ଘମା, କଂଟା ଗଛ ରେ ଭର୍ତି ହୋଇ ରାସ୍ତାଟିକୁ ବିପଦପୂର୍ଣ୍ଣ କରିଅଛି। ୧.୮କିଲୋ ମିଟର ଦାର୍ଘ୍ ବିଶିଷ୍ଟ ଏହି ରାସ୍ତା ସରସଦା ଗ୍ରାମ ପଂଚାୟତର ସବୁଠାରୁ ବଡ଼ ଗାଁ ପିରିପୁରକୁ ଯାଇଅଛି। ବିଶେଷ ଭାବେ ରାଜପଥରୁ ହରିଜନ ସାହି କୀର୍ତନ ମଣ୍ଡପ ପର୍ଯ୍ୟନ୍ତ ଆଠ ଶହ ମିଟର ପିଚୁ ସମ୍ପୂର୍ଣ ନଷ୍ଟ ହୋଇ ନାହିଁ ହିଡ ଭଳି ମଝି ଅଂଶ ୧୦ରୁ ୧୫ସେଂଟି ମିଟର ଉଠି ଯାଇଅଛି। ଦୁଇଟି ବାଇକ ପାସ କରିବା ବେଳେ ସମସ୍ୟା ପାଲଟୁଛି। ଏହି ରାସ୍ତାକୁ ପୁନନିର୍ମାଣ କରିବାକୁ ଏସଡିଓ ରଂଜନ ନାୟକଙ୍କ ଠାରେ ଯୁବ ନେତା ରାମଚନ୍ଦ୍ର ସେନାପତିଙ୍କ ସମେତ ପିରିପୁର ବାସୀ ନିବେଦନ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ