ଜୟପୁର, 8 ଜୁଲାଇ (ହି.ସ.)
ଜୟପୁର ଠାରେ କୁନ୍ଦୁରା ପଞ୍ଚାୟତ ସମିତିର କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପୁର୍ବତନ ସରପଞ୍ଚ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନି କରି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସରପଞ୍ଚ ସମିତି ସଭ୍ୟ ଓ ପୁର୍ବତନ ସରପଞ୍ଚ ଦସ୍ତଖତ କରି ଜିଲା କଂଗ୍ରେସ ସଭାପତି ଶଶି ଭୁଷଣ ପାତ୍ରଙ୍କୁ ଇସ୍ତାଫା ପତ୍ର ପଠାଇଛନ୍ତି । ଏହାର ନକଲ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ପ୍ରଦାନ କରିଛନ୍ତି । କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ପରିଚାଳନାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମନମୁଖି କାର୍ଯ୍ୟ ବ୍ୟବହାରରେ ଅତିଷ୍ଠ ହୋଇ ଆଦି ଅଭିଯୋଗ କରି ଇସ୍ତାଫା ଦେଇଛନ୍ତି । ଏନେଇ ଆଜି ଜୟପୁର ଜୟନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି । ୫ଟି ସରପଞ୍ଚ ରାଣିଗୁଡା ପଞ୍ଚାୟତ ଶିବ ପ୍ରଧାନି, ଭୁଷାଙ୍ଗଗୁଡା ପଞ୍ଚାୟତର ଡମ୍ବୁରୁ ଧର ପୁଜାରି, ଘୁମର ପଞ୍ଚାୟତର ମୁନା ବାଣୁଆ, ଦିଗାପୁର ପଞ୍ଚାୟତର ସରପଞ୍ଚ ନିଳା ନାୟକ, ଲିମା ପଞ୍ଚୟତର ସରପଞ୍ଚ ଭାନୁମତି ମସିହା । ସେହିପରି ସମିତି ସଭ୍ୟ ୩ ଜଣ ଡଙ୍ଗର ପାଉଁସିର ମମତା ଭଟ୍ଟ, ରାଣିଗୁଡା ସୁବଣ୍ଣ ନାୟକ, ଭୁଶାଙ୍ଗଗୁଡା ସମିତି ସଭ୍ୟ ମମିତା ହରିଜନ । ସେହିପରି କଂଗ୍ରେସ ଦଳ ସମର୍ଥିତ ପୁବତନ ସରପଞ୍ଚ ବାଣୁଆଗୁଡା ର ଞ୍ଚଗୁପ୍ତ ନାୟକ, ଘୁମର ସରପଞ୍ଚ କୃଷ୍ଣ ବାଣୁଆ ସହ ୪୦ ଜଣ କର୍ମି ଇସ୍ତାଫା ଦେଇଛନ୍ତି । ଗତ ପଞ୍ଚାୟତ ସମୀତି ଅଧ୍ୟକ୍ଷା ନିବାଚନ ହୋଇଥିଲା । ସେହି ସମୟରେ ୧୬ଟି ପଞ୍ଚାୟତର ସାମୁହିର ଉନ୍ନୟନ କାଯ୍ୟରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ କୁନ୍ଦୁରା ବ୍ଲକର ଲୋକ ପ୍ରତିନିଥି ମାନଙ୍କର ପରାମର୍ଶକୁ ଗୁରୁତ୍ୱ ଦେଇ କାଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅଧ୍ୟକ୍ଷା ପରବତ୍ତି ସମୟରେ ଗୁରୁତ୍ୱ ଦେଇନଥିଲେ ଅନ୍ୟ କଥାରେ କାଯ୍ୟ କରୁଥିବା ରୁ ଇସ୍ତାଫା ଦେଇଥିବା ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି