ମହାକାଳପଡ଼ା ବିକାଶ ମଂଚର ବନମହୋତ୍ସବ ପାଳନ
କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – ଜୁଲାଇ ୧ତାରିଖରୁ ବନମହୋତ୍ସବ ସପ୍ତାହ ପାଳନ ହେଉଛି । ମହାକାଳପଡା ବିକାଶ ମଂଚ ସବୁଜ ବନାନୀ ସୃଷ୍ଟି କରିବାରେ ପ୍ରୟାସ କରିଛି । ଏହି ଅବସରରେ ସହର ନିକଟ ଗରାପୁରର ଭିଆଇପି ରୋଡରେ କୃଷ୍ଣଚୁଡା, ରାଧାଚୁଡା, ବଉଳ, କଦମ୍ବ, ପେସ୍ତା ବାଦାମ ପ୍ରଭୁତି ବୃକ୍ଷ ରୋପଣ କରିଥିଲେ
ମହାକାଳପଡ଼ା ବିକାଶ ମଂଚର ବନମହୋତ୍ସବ ପାଳନ


କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – ଜୁଲାଇ ୧ତାରିଖରୁ ବନମହୋତ୍ସବ ସପ୍ତାହ ପାଳନ ହେଉଛି । ମହାକାଳପଡା ବିକାଶ ମଂଚ ସବୁଜ ବନାନୀ ସୃଷ୍ଟି କରିବାରେ ପ୍ରୟାସ କରିଛି । ଏହି ଅବସରରେ ସହର ନିକଟ ଗରାପୁରର ଭିଆଇପି ରୋଡରେ କୃଷ୍ଣଚୁଡା, ରାଧାଚୁଡା, ବଉଳ, କଦମ୍ବ, ପେସ୍ତା ବାଦାମ ପ୍ରଭୁତି ବୃକ୍ଷ ରୋପଣ କରିଥିଲେ । ସେଠାରେ ଲୋକମାନଙ୍କୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେବା ସହିତ ବୃକ୍ଷ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ମଂଚର ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ, ମଂଚର ଉପଦେଷ୍ଟା, ଶିକ୍ଷକ ନେତା ଶିକ୍ଷାବିତ ପ୍ରଣବ କୁମାର ଜେନା, ସମାଜସେବୀ ରାଜେନ୍ଦ୍ର ମହାପାତ୍ର, ବିଜୟ କୁମାର ବିଶ୍ୱାଳ, ଅଶୋକ ସାହୁ, ଗୌତମ ଚନ୍ଦ୍ର ନାୟାକ, ନାରାୟଣ ସାଦ, ରଜନିକାନ୍ତ ଦାସ, ଧନେଶ୍ୱର ସେଠୀ, ବିଶ୍ୱକାନ୍ତ ବିଶ୍ୱାଳ, ହରିଶ ସେଠୀ, ରବିନାରାୟଣ ମହାପାତ୍ର ପ୍ରଭୁତି ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande