ଜୟପୁର, ୮ ଜୁଲାଇ (ହି.ସ.)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବନମହୋତ୍ସବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁରର ସବୁଜ କ୍ଲବ, ଶକ୍ତି କ୍ଲବ ର ସମସ୍ତ ସଭ୍ୟ,ସମସ୍ତ ଛାତ୍ରୀ, କର୍ମଚାରୀ ଅନଶ୍ ଗ୍ରହଣ କରିଥିବା ସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ, ଫଳଜାତୀୟ ଉଦ୍ଭିଦ ରୋପଣ କରାଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ଅଭିଷେକ କୁମାର ଭୂଏ, ଅନ୍ୟ ସମସ୍ତ କର୍ମଚାରୀ ଶପଥ ନେଲେ ଯେ, ସମସ୍ତେ ବୃକ୍ଷ ଗୁଡିକର ଯତ୍ନବାନ ହେବେ ଓ ପରିବେଶ ସୁରକ୍ଷା ନିମିତ୍ତ ସହଯୋଗର ହାତ ବଢ଼ାଇବା ସହ ସମାଜରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରିବେ । ଆଜିର ବନମହୋତ୍ସବର ପରିଚାଳନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଭିଷେକ କୁମାର ଭୂଏ କରିଥିଲେ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ବନମହୋତ୍ସବ ଏବଂ ଏକ ପେଡ ମା କି ନାମ' ଅଭିଯାନରେ ଏମଏସଏସଆର ଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ ମହୋତ୍ସବ ଓ ଏକ ପେଡ ମା କି ନାମ' ଅଭିଯାନ ୨୦୨୫ ଅବସରରେ ଏମ.ଏସ. ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପରିବେଶ ପ୍ରତି ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅସନା ଏବଂ ଉଡୁଲୁଗୁଡାର ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବୃକ୍ଷରୋପଣ ଓ ପରିବେଶ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ। ଏଥିରେ ଅନୁଷ୍ଠାନର ବୈଜ୍ଞାନିକ ଡ଼. କାର୍ତ୍ତିକ ଚରଣ ଲେଙ୍କା ଛାତ୍ରଛାତ୍ରୀଙ୍କୁ ‘ମା ପାଇଁ ଗଛ ଟିଏ' ଅଭିଯାନର ଉଦ୍ଦେଶ୍ୟ ଓ ଦୈନନ୍ଦିନ ଜୀବନରେ ବୃକ୍ଷର ଉପଯୋଗିତା ବିଷୟରେ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅସନା, ଗୁଣ୍ଡଲ, କେନ୍ଦୁଗୁଡା ଓ ଚେରକା ଗ୍ରାମ ପଞ୍ଚାୟତର ଜୈବ ବିବିଧତା କମିଟିର ସଦସ୍ୟମାନେ ୭ ପ୍ରଜାତିର ୪୫୦ଟି ବୃକ୍ଷ ମନ୍ଦିର ପରିସର, ରାସ୍ତା କଡ଼, ପଡିଆ ଭୂମି ଇତ୍ୟାଦି ସ୍ଥାନରେ ରୋପଣ କରିଥିଲେ। ସେପରି ଏମଏସଏସଆରଏଫ ଓ କୋରାପୁଟ ବନ ବିଭାଗ ସହଯୋଗରେ ୮ଟି ବୃକ୍ଷ ପ୍ରଜାତିର ପ୍ରାୟ ୫,୦୦୦ଟି ସିଡ୍ ବଲ୍ ପକାଯାଇଥିଲା। ଏହି କାର୍ଯ୍ୟକ୍ରମ ଜୁଲାଇ ୧ ରୁ ୭ ତାରିଖ (୭ ଦିନ) ଧରି ଚାଲିଥିଲା ।ଏହି କାର୍ଯ୍ୟକ୍ରମ ଏମ ଏସ ଏସ ଆର ଏଫ ର ନିର୍ଦେଶକ ପ୍ରଶାନ୍ତ କୁମାର ପରିଡ଼ା ଓ ବୈଜ୍ଞାନିକ ଡ଼. କାର୍ଷିକ ଡ. ଲେଙ୍କାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା। ଉକ୍ତ ଅଭିଯାନଟି ଓଡିଶା ଜୈବ ବିବିଧତା ବୋର୍ଡ ଏବଂ MSSRF ର ପରିବେଶ ପ୍ରତି ସଚେତନତା ସହ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସ୍ବଚ୍ଛ ପରିବେଶ ଗଠନ ପାଇଁ ଏକ ଉତ୍ତମ ପ୍ରୟାସ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି