କେନ୍ଦୁଝର, ୮ ଜୁଲାଇ (ହି.ସ.) - ସମ୍ବଲପୁର ଗ୍ରୁପ କମାଣ୍ଡର କର୍ଣ୍ଣେଲ ପ୍ରସାଦ କଦମଙ୍କ ନିର୍ଦ୍ଦେଶରେ ୧୪ ଓଡ଼ିଶା ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀଙ୍କ ଦ୍ୱାରା କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ସ୍ପୋର୍ଟସ ସୁଟିଂ ରେଞ୍ଜରେ ଆନ୍ତଃ ଏନ୍.ସି.ସି. ଗ୍ରୁପର ଓଡ଼ିଶା ଡାଇରେକ୍ଟୋରେଟ୍ କ୍ରୀଡ଼ା ସୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ବଲପୁର, କଟକ, ଭୁବନେଶ୍ୱର ଏନ୍.ସି.ସି. ଗ୍ରୁପର ୫୯ ଜଣ କ୍ୟାଡେଟ ସେମାନଙ୍କ ସର୍ବୋତମ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି କ୍ୟାଡେଟ ଗଣ ୩୦ ଜୁନ ରୁ ୫ ଜୁଲାଇ ପର?୍ୟ୍ୟନ୍ତ ୫୦ ମି ରେଞ୍ଜରେ ପ୍ରଶିକ୍ଷକ ସୁବେଦାର ଟୁଲ ବାହାଦୁର,ନାଏବ ସୁବେଦାର ପେମ୍ବୁ ଲେପଚା,ସୁରେଶ ସିଂହ,ହାବିଲଦାର କୱଲଜିତ ସିଂହଙ୍କ ଦ୍ୱାରା ଅଭ୍ୟାସ କରିଥିଲେ। ଫାଇନାଲ ପ୍ରତିଯୋଗିତା ୬ ଓ ୭ ଜୁଲାଇରେ ନେସନାଲ ରାଇଫଲ୍ ଆସୋସିଏସନ୍ ଅଫ ଇଣ୍ଡିଆ ର ନିୟମ ଅନୁଯାୟୀ କରାଯାଇଥିଲା।୧୨ ଜଣ ବାଳକ କ୍ୟାଡେଟ ଏବଂ ୧୨ ଜଣ ବାଳିକା କ୍ୟାଡେଟ ସମସ୍ତ ପ୍ରକାରର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।ଏହି ସମସ୍ତ କ୍ୟାଡେଟ ୧୪ ଜୁଲାଇରୁ ଆରମ୍ଭ ହେବାକୁ ଥିବା ପରବର୍ତୀ ସୁଟିଂ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ଏବଂ ୨୦ ଜୁଲାଇରେ ଆନ୍ତଃ ନିର୍ଦ୍ଦେଶାଳୟ କ୍ରୀଡ଼ା ସୁଟିଂ ପ୍ରତିଯୋଗିତା ଯାହା ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଯାଉଛି ସେଥିରେ ୧୬ ଜଣ ଫାୟାରଙ୍କ ଚୂଡ଼ାନ୍ତ ଦଳରେ ମନୋନୀତ ହେବା ପାଇଁ ପ୍ରତିଯୋଗିତା କରିବେ। ପିଇଇପି ପ୍ରୋନ ରେ ଏସ୍.ଡବ୍ଲୁ କ୍ୟାଡେଟ ରଶ୍ମି ବାଗ ସର୍ବୋତମ ୨୭୮ ସ୍କୋର,ପିଇଇପି ସାଇଟ୍ ୩ପି ରେ ଏସ୍.ଡି କ୍ୟାଡେଟ ସତ୍ୟବ୍ରତ ପ୍ରଧାନ ୨୬୧ ସ୍କୋର,ଓପନ୍ ପ୍ରୋନ ରେ ଏସ୍.ଡବ୍ଲୁ କ୍ୟାଡେଟ ବୁଦ୍ଦୁଚ ମୁର୍ମୁ ୨୪୨ ସ୍କୋର,ଓପନ୍ ସାଇଟ୍ ୩ପି ରେ ଏସ୍.ଡବ୍ଲୁ କ୍ୟାଡେଟ ଶାନ୍ତିଲତା ପ୍ରଧାନ ୨୧୫ ସ୍କୋର କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA