ସୁବର୍ଣ୍ଣପୁର, 8 ଜୁଲାଇ (ହି.ସ.)
ଓଡ଼ିଶା ଡ୍ରାଇଭର ମହାସଂଘ ର ନିଷ୍ପତ୍ତି କ୍ରମେ ସୋନପୁର ଟାଉନ ଡ୍ରାଇଭର ସଂଘ ଓ ସୋନପୁର ବ୍ଲକ୍ ଡ୍ରାଇଭର ସଂଘ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଦେଇଥିବା ଦେଖିବାକୁ ମିଳିଥିଲା। ୮ ଗୋଟି ଦାବି ମଧ୍ୟ ରୁ ମାତ୍ର ଗୋଟିଏ ଦାବି ସରକାର ପୂରଣ କରି ଚୁପ୍ ବସିଥିବାରୁ ସମସ୍ତ ଡ୍ରାଇଭର ଷ୍ଟିଅରିଂ ଛାଡ଼ି ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ସୁବର୍ଣ୍ଣପୁର ଡ୍ରାଇଭର ସଂଘ୍ କର୍ମକର୍ତ୍ତା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ସୋନପୁର ମନମୁଣ୍ଡା ମୁଖ୍ୟ ରାସ୍ତା ରେ ଓ ଧଉଁରାଖମନ୍ ଠାରେ ଅଟୋ, ଟ୍ରକ୍, କାର ଆଦି ଗାଡ଼ି କୁ ଅଟକାଇ ଡ୍ରାଇଭର ଭାଇ ଙ୍କୁ ସଚେତନ କରି ସହଯୋଗ କରିବା ପାଇଁ ଅନୁରୋଧ କରୁଥିଲେ ଉପସ୍ଥିତ ସୋନପୁର ଡ୍ରାଇଭର ସଂଘ ର କର୍ମକର୍ତ୍ତା।୬୦ ବର୍ଷ ବୟସ ପରେ ଡ୍ରାଇଭର ଙ୍କୁ ଭତ୍ତା ପ୍ରଦାନ, ପାର୍କିଂ ସୁବିଧା, ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ପାଳନ,ଗାଡ଼ି ର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପରିବହନ ଅଧିକାରୀ ଙ୍କୁ ପ୍ରଦାନ, ଓଡ଼ିଶା ଖଣି ଖଦାନ ରେ ଓଡ଼ିଆ ଡ୍ରାଇଭର ନିଯୁକ୍ତି,ଅଟୋ ଚାଳକ ଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଲଫେୟାର ବୋର୍ଡ ରେ ସାମିଲ ପ୍ରମୁଖ ୭ ଟି ଦାବି ଶୀଘ୍ର ସରକାର ମାନି ନେବାପାଇଁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ