ଓଡ଼ିଶା ଡ଼୍ରାଇଭର ମହାସଂଘର ଆନ୍ଦୋଳନ
କୋରେଇ, ୮ ଜୁଲାଇ(ହି.ସ.) - ଡ଼୍ରାଇଭର ମହାସଂଘର ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବା ବେଳେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଲ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନ୍ଦୋଳନର ଡ଼ାକରା ଦେଇଛି। ଏ ନେଇ ଯାଜପୁର ଜିଲ୍ଲାର କୋରାଇ ବ୍ଲକର ଗାଡ଼ି ଚାଳକ ମାନେ ପାଣିକୋଇଲି ପୁରୁଣା ଟୋଲଗେଟ ଠାରେ ଆନ୍ଦୋଳନରେ ବସିଥିଲେ। ଜିଲ୍ଲା ସ
ଓଡ଼ିଶା ଡ଼୍ରାଇଭର ମହାସଂଘର ଆନ୍ଦୋଳନ


କୋରେଇ, ୮ ଜୁଲାଇ(ହି.ସ.) - ଡ଼୍ରାଇଭର ମହାସଂଘର ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବା ବେଳେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଲ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନ୍ଦୋଳନର ଡ଼ାକରା ଦେଇଛି। ଏ ନେଇ ଯାଜପୁର ଜିଲ୍ଲାର କୋରାଇ ବ୍ଲକର ଗାଡ଼ି ଚାଳକ ମାନେ ପାଣିକୋଇଲି ପୁରୁଣା ଟୋଲଗେଟ ଠାରେ ଆନ୍ଦୋଳନରେ ବସିଥିଲେ। ଜିଲ୍ଲା ସଭାପତି ମାନସ ଦେବତା ଓ କୋରାଇ ବ୍ଲକ ସଭାପତି ଖଗେଶ୍ୱର ମୁଦୁଲିଙ୍କ ନେତୃତ୍ୱରେ ୨ଶହରୁ ଉର୍ଦ୍ଧ୍ୱ ଗାଡ଼ି ଚାଳକ ମାନେ ଆନ୍ଦୋଳନରେ ବସିଥିବା ବେଳେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande