ମାଲକାନଗିରି, ୮ ଜୁଲାଇ (ହି.ସ.) - ଓଡିଶା ଡ୍ରାଇଭର ମହାସଂଘର ନିର୍ଦ୍ଧେଶ କ୍ରମେ ସଂଘର ମୋଟ ୬ ଦଫା ଦାବୀ ନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଅଂଚଳରେ ଥିବା ଡ୍ରାଇଭର ସଙ୍ଘର କର୍ମକର୍ତା ମାନଙ୍କ ପକ୍ଷରୁ ନିଜ ନିଜ ଅଂଚଳରେ ଶାନ୍ତି ଶୃଙ୍ଖଳାର ସହିତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରୀ ରଖିଛନ୍ତି। ଏହି କ୍ରମେ ମାଲକାନଗିରି ଜିଲ୍ଳାର କାଲିମେଳା, ଚିତ୍ରକୋଣ୍ଡା, ବାଲିମେଳା, ମାଥିଲି, ଗୋବିନ୍ଦପଲ୍ଲୀ, ମାଲକାନଗିରି, ପଡିଆ, କୋରୁକୋଣ୍ଡା ଠାରେ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରୀ ରଖିବା ସହିତ ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ଆଜି ସକାଳୁ ସମୂହ ଧାରଣାରେ ବସିଛନ୍ତି। ଡ୍ରାଇଭର ସଂଘର ଏହି ଆନ୍ଦୋଳନକୁ ଜିଲ୍ଲାର ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛି। ତେବେ ଡ୍ରାଇଭର ସଂଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ ହେଲା ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ କର୍ମଚାରୀ ୱେଲଫର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ।ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ। ବୃତି ଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତା ପ୍ରଦାନ କରାଯାଉ। ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କିମି ଅନ୍ତରରେ କରାଯାଉ। ଓଡିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦ ପ୍ରତିଶତ ଓଡ଼ିଶାର ଡ୍ରାଇଭର ମାନଙ୍କୁ କାମ କରିବାର ଅଗ୍ରାଧିକାର ଦିଆଯାଉ। ସେପ୍ଟେମ୍ବର ୧ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ପାଇଁ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଦାବୀ କରାଯାଇଛି। ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଲ୍ହାଇଥିବା ଯୋଗୁ ବିଭିନ୍ନ ଅଂଚଳରେ ଅଟୋ ଠାରୁ ଆରମ୍ଭ କରି ବେସରକାରୀ ବସ ଓ ଅନ୍ୟାନ୍ୟ ଗାଡି ମୋଟର ବନ୍ଦ ରହିଥିବାରୁ ଯାତ୍ରୀଙ୍କ ସମେତ ଅଂଚଳବାସୀ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ