ବଲାଙ୍ଗିର, ୮ ଜୁଲାଇ (ହି.ସ.)- ଗତକାଲି କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଚିକିତ୍ସା କେନ୍ଦ୍ର (ସିଆରସି) ଠାରେ ରେଳ ଉପଭୋକ୍ତା ସଂଘ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି । ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ସଂଘ ଷ୍ଟେସନରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ରୋଗୀମାନେ ୧ ନମ୍ବର ପ୍ଲାଟଫର୍ମରୁ ୩ ନମ୍ବର ପ୍ଲାଟଫର୍ମକୁ ଗଲାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବାରୁ ଏକ ବ୍ୟାଟେରୀ ଚାଳିତ ଗାଡିର ସୁବିଧା ପାଇଁ ଦାବି ରଖିଥିଲେ ଏବଂ ସାଂସଦ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଥିଲେ । ଆଲୋଚନାରେ ନୂତନ ଭାବେ ୪ ନମ୍ବର ଓ ୫ନମ୍ବର ରେଳ ଲାଇନକୁ ନେଇ ଏକ ପ୍ଲାଟଫର୍ମ କରିବା, ୧ ନମ୍ବରରୁ ୩ ନମ୍ବରକୁ ର୍ୟାମ୍ପ ର ସୁବିଧା, ୩ ନମ୍ବରୁ ୫ ନମ୍ବର ପ୍ଲାଟଫର୍ମ ପାଇଁ ଲିଫ୍ଟର ସୁବିଧା ତଥା ଭୁବନେଶ୍ୱରକୁ ଏକ ସକାଳ ଟ୍ରେନ, ଦିଲ୍ଲୀ ବା ପ୍ରୟାଗରାଜ କୁ ଏକ ସିଧାସଳଖ ଟ୍ରେନ ଏବଂ ବଲାଙ୍ଗିରରେ ପିଆଇଟି ଲାଇନ ର ଜରୁରି ବହୁତ ବୋଲି ସଭ୍ୟମାନେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିମଲ ଚକ୍ରବର୍ତ୍ତି, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାକର ମିଶ୍ର, ଦିବାକର ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସମସ୍ତଙ୍କ କଥା ସାଂସଦ ଧର୍ଯ୍ୟସହ ଶୁଣି ଏକ ସକରାତ୍ମକ ଭାବ ପ୍ରଦର୍ଶନ କରିଥିବାରୁ ସେଥିପାଇଁ ସଭ୍ୟମାନଙ୍କ ତରଫରୁ ଧନ୍ୟବାଦ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ