ଗତ ୨୪ ଘଂଟାରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୧୧୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୧୧୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୮୧.୦ ମି.ମି., ବାରିପଦାରେ ୭୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଳେଶ
ଗତ ୨୪ ଘଂଟାରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୧୧୫.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୧୧୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୮୧.୦ ମି.ମି., ବାରିପଦାରେ ୭୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୬୪.୦ ମି.ମି., ରାଜଘାଟରେ ୫୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୪୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୪୮.୦ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୪୮.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୪୬.୦ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୪୫.୦ ମି.ମି., ସମ୍ବଲପୁର ଜିଲ୍ଲାର ଧନକଉଡ଼ାରେ ୪୩.୨ ମି.ମି., ଭଦ୍ରକ ଜିଲ୍ଲାର ଧାମନଗରରେ ୪୨.୦ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande