କେନ୍ଦୁଝର, ୮ ଜୁଲାଇ (ହି.ସ.)- ପବିତ୍ର ନୀଳାଦ୍ରି ବିଜେ ତିଥିରେ ପ୍ରତ୍ୟେକ ବର୍ଷ ପାଳନ ହେଉଥିବା ରସଗୋଲା ଦିବସ କେନ୍ଦୁଝର ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ବରିଷ୍ଠ ରାଜସ୍ୱ ସହାୟକ ସୁଶ୍ରୀ ସତ୍ୟବତୀ ଲାଗୁରୀ, ନିକ୍ଷେପକ ଦେବେନ୍ଦ୍ର ରାଉତରାୟ, କନିଷ୍ଠ ସହାୟକ ବିକ୍ରମ ପାତ୍ର, ସନ୍ଦୀପ ସାହୁ ଓ ସଞ୍ଜୟ ବେହେରା ପ୍ରମୁଖ ପରସ୍ପରକୁ ରସଗୋଲା ଖୁଆଇଥିଲେ।
ସୂଚନାଯୋଗ୍ୟ, ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡିତ ଏହି ମିଠାକୁ ଜୁଲାଇ ୨୦୧୯ ରେ ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA