ଭଦ୍ରକ, ୮ ଜୁଲାଇ (ହି.ସ.) - ମନମୋହନ ସାମଲଙ୍କୁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସଭାପତି ଭାବରେ ସର୍ବସମ୍ମତିରେ ନିର୍ବାଚିତ କରାଯିବା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର। ଏହି ନିର୍ବାଚନ ହେଉଛି ଦଳୀୟ ସଂଗଠନର ପୁନର୍ଗଠନ,ଜନତାଙ୍କ ଅପାର ଆଶା ଓ ବିଶ୍ୱାସର ପ୍ରତିବିମ୍ବ। ଆମ ସମସ୍ତଙ୍କ ଦୃଢ଼ ବିଶ୍ୱାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱରେ ବିଜେପି ସଂଗଠନ ଆହୁରି ଶକ୍ତିଶାଳୀ ହେବ ଓ ଓଡ଼ିଶାରେ ବିଜେପି ପ୍ରତି ଜନଆସ୍ଥା ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି କହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ