କେନ୍ଦୁଝର, ୮ ଜୁଲାଇ (ହି.ସ.)- ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ରବିବାର ଦିନ ସ୍ଥାନୀୟ ଏନଏସ ପୋଲିସ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଦୁଇଟି ଗ୍ରୁପରେ ବିଭକ୍ତ ହୋଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଧାରଣଜ୍ଞାନ, ପ୍ରବନ୍ଧ ଲିଖନ, ବକ୍ତୃତା ଏବଂ କବିତା ଆଦି ବିବିଧ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତୀ ପ୍ରତିଯୋଗୀମାନେ ଆଗକୁ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ।
ଏହି ପ୍ରତିଯୋଗିତା ଗୁଡିକୁ ନିରାକାର ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ହର ଦାସ, ନନ୍ଦିତା ଭଟ୍ଟାଚାର୍ଯ୍ୟ, ଧିରେନ ମହାନ୍ତି, ନରେଶ ପଟ୍ଟନାୟକ, ଅବିନାଶ ଦାସ ଓ ବିଜୟ କୁମାର ବେହେରା ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA